ବୁଧବାର ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା, ବିଭିନ୍ନ ରଜନୈତିକ ଦଳର ସମର୍ଥନ
Published By: Ruby – Prameya-News7 Bureau | January 27, 2026 12:50 PM
NEWS7
ଭୁବନେଶ୍ବର ୨୭।୧: ଆସନ୍ତା ଜାନୁଆରୀ ୨୮ରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ l ସକାଳ ୬ଟାରୁ ୨ଟା ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି l ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି । ସବୁଠୁ ବଡ଼ କଥା ହେଉଛି ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ । ଏହାସହ ଏହି ବନ୍ଦ ଡାକରାକୁ ସିପିଆଇ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଛି ।
ବିଭିନ୍ନ ଅବ୍ୟବସ୍ଥା ତଥା ଦାବିକୁ ନେଇ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସମସ୍ତ ଚାଷୀଙ୍କ ଧାନ ଏମ୍ଏସ୍ପି ଏବଂ ଇନ୍ପୁଟ୍ ସ ମିଶାଇ କ୍ଵିଣ୍ଟାଲ ପ୍ରତି ୩୧୦୦/ଟଙ୍କାରେ କିଣାଯାଉ, ଧାନ କ୍ରୟ ପରେ ସଠିକ୍ ସମୟ ମଧ୍ୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଇ, ଟୋକେନ୍ ଓ ମଣ୍ଡି ବ୍ୟବସ୍ଥାର ସମସ୍ତ ବେନିୟମ ଓ ଦୁର୍ନୀତି ଦୂର କରାଯାଉ । ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି l ଏହି ବନ୍ଦ ଡାକରାରେ ଜରୁରୀ କାଳୀନ ସେବାକୁ ଛାଡି ସବୁ ବନ୍ଦ ରହିବ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ।




