ଟ୍ରାଭେଲ୍ ସଂସ୍ଥା ଉପରେ ପୋଲିସର ଚଢାଉ, ପର୍ଯ୍ୟଟକଙ୍କୁ ଠକୁଥିଲେ !
Published By: Kirti – Prameya-News7 Bureau | January 27, 2026 09:46 AM
NEWS7
ପୁରୀ ୨୭।୦୧ : ପୁରୀ ପୋଲିସର ଚଢାଉ । ଟୁର୍ ଆଣ୍ଡ ଟ୍ରାଭେଲ୍ ସଂସ୍ଥା ଉପରେ ପୁରୀ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ଚଢାଉ । ପୁରୀର ବିଭିନ୍ନ ସ୍ଥାନରେ ଏକାସାଙ୍ଗେ ପୋଲିସ ପକ୍ଷରୁ ଚାଲିଛି ଚଢାଉ । ଏହି ଚଢାଉରେ ପୋଲିସକୁ ବିଭିନ୍ନ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ବେଆଇନ୍ ଟୁର ଆଣ୍ଡ ଟ୍ରାଭେଲ୍ସ ପରିଚାଳନା କରୁଥିବାର ଅଭିଯୋଗ ଆସିଥିଲା । ଏପିରିକି ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ବିଭିନ୍ନ କ୍ଷେତ୍ରରେ ହଇରାଣ ଓ ଠକେଇ କରୁଥିବାର ଅଭିଯୋଗ ଆସିଥିଲା । ଏହାପରେ ତୁରନ୍ତ ଆକ୍ସନକୁ ଆସିଥିଲା ପୁରୀ ପୋଲିସ । ତୁରନ୍ତ ଟ୍ରାଭେଲ୍ ଏଜେନ୍ସିର ବିଭିନ୍ନ ସ୍ଥାନରେ ଥିବା ଦୋକାନ ଉପରେ ଚଢାଉ କରୁଛି ପୋଲିସ । ଏହି ଚଢାଉରେ ଅନେକ କାଗଜପତ୍ର ଜବତ ହୋଇଥିବାର ସୂଚନା ମିଳିଛି ।




