ଇସଲାମାବାଦ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ପିଛା ଛାଡ଼ୁନି ବିବାଦ । ବିଶ୍ୱକପ୍ ଏବଂ ଏସିଆ କପ୍ ଭଳି ଟୁର୍ଣ୍ଣାମେଣ୍ଟ ସମୟରେ ଉତ୍ତେଜନାପୂର୍ଣ୍ଣ ବୟାନଠାରୁ ଆରମ୍ଭ କରି ଧମକ ପର୍ଯ୍ୟନ୍ତ, ସେ ପ୍ରାୟତଃ ଖବରରେ ରହିଆସିଛନ୍ତି । ଏବେ ୨୦୨୬ ଟି 20 ବିଶ୍ୱକପ୍ ପୂର୍ବରୁ, ସେ ପୁଣି ଖବରରେ ରହିଛନ୍ତି । ସେ ଟୁର୍ଣ୍ଣାମେଣ୍ଟ ବୟକଟ କରିବାକୁ ଇସାରା କରୁଛନ୍ତି। ଏପରି ନାଟକ କରୁଥିବା ବେଳେ, ସେ ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ନାମ ଭୁଲ ଲେଖି ଟ୍ରୋଲ୍ ହୋଇଛନ୍ତି ।
PCB ଅଧ୍ୟକ୍ଷ ନକଭି T20 ବିଶ୍ୱକପରେ ପାକିସ୍ତାନୀ ଦଳର ଅଂଶଗ୍ରହଣକୁ ନେଇ ଏକ ନୂତନ ନାଟକ ଆରମ୍ଭ କରିଛନ୍ତି । ଏହାକୁ ନେଇ ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସାକ୍ଷାତ ସମୟରେ, ନକଭି ତାଙ୍କୁ ବିଶ୍ୱକପ୍ ସହିତ ଜଡିତ ସମସ୍ୟା ଏବଂ ବିକଳ୍ପଗୁଡ଼ିକ ବିଷୟରେ ଅବଗତ କରାଇଥିଲେ । PCB ଅଧ୍ୟକ୍ଷ ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଶରିଫଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ପୋଷ୍ଟ କରିଥିଲେ ।
ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ସହ ତାଙ୍କର ସାକ୍ଷାତ ସଂପର୍କରେ ଏକ୍ସରେ ଲେଖିଥିଲେ ନକଭି । ଏହି ସମୟରେ ନକଭି ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ସହ ଆଲୋଚନା କରିଥିବା ନେଇ ଉଲ୍ଲେଖ କରିଥିଲେ । ଶାହବାଜ ଶରିଫଙ୍କ ବଦଳରେ ନକଭି ପ୍ରଧାନମନ୍ତ୍ରୀ ମିଆଁ ମହମ୍ମଦ ନୱାଜ ଶରିଫ ଲେଖିଥିଲେ। ନୱାଜ ଶରିଫ ହେଉଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଶାହବାଜ ରିଫଙ୍କ ବଡ଼ ଭାଇ।
Mohsin Naqvi says the decision on Pakistan’s matches for the T20 World Cup on Friday or next Monday. The main point of debate is the India vs Pakistan match. pic.twitter.com/oMPr7wU09I
— Subhayan Chakraborty (@CricSubhayan) January 26, 2026
ନକଭି ପ୍ରଧାନମନ୍ତ୍ରୀଙ୍କ ନାଁ ଭୁଲ ଲେଖିଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଛନ୍ତି ପିସିବି ଅଧ୍ୟକ୍ଷ ଏବଂ ଦେଶର ଗୃହମନ୍ତ୍ରୀ ମୋହସିଦ ନକଭି । ଟ୍ରୋଲ୍ ହେବା ପରେ ନକଭି ପୋଷ୍ଟ ଏଡିଟ କରି ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ୍ ବୋଲି ଲେଖିଛନ୍ତି ।
ପ୍ରଧାନମନ୍ତ୍ରୀ ଶରିଫଙ୍କୁ ସାକ୍ଷାତ କରିବା ପରେ ନକଭି କହିଥିଲେ ଯେ, ବିଶ୍ୱକପ୍ ସମ୍ପର୍କରେ ନିଷ୍ପତ୍ତି ଶୁକ୍ରବାର, ଜାନୁଆରୀ ୩୦ କିମ୍ବା ସୋମବାର, ଫେବୃଆରୀ ୨ ତାରିଖରେ ନିଆଯିବ। ପାକିସ୍ତାନ ସରକାର T20 ବିଶ୍ୱକପରେ ପାକିସ୍ତାନୀ ଦଳର ଅଂଶଗ୍ରହଣ ବିଷୟରେ ନିଷ୍ପତ୍ତି ନେବେ। ସେ ଏହି ପ୍ରସଙ୍ଗରେ ଶରିଫଙ୍କ ସହ ସାକ୍ଷାତ କରିଥିଲେ । କିନ୍ତୁ ପାକିସ୍ତାନ ବର୍ତ୍ତମାନ ଜାଣିଶୁଣି ଏହି ପ୍ରସଙ୍ଗକୁ ଟାଣିବାକୁ ଚେଷ୍ଟା କରୁଛି । ତେଣୁ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।




