ଉଭୟ ସରକାର,ନିର୍ବାଚନ କମିଶନ ସମନ୍ବୟ ରକ୍ଷା କରି ପଞ୍ଚାୟତ ନିର୍ବାଚନ ଓ ଜନଗଣନା କରିବେ

ଉଭୟ-ସରକାର,ନିର୍ବାଚନ-କମିଶନ-ସମନ୍ବୟ-ରକ୍ଷା-କରି-ପଞ୍ଚାୟତ-ନିର୍ବାଚନ-ଓ-ଜନଗଣନା-କରିବେ

ଉଭୟ ସରକାର,ନିର୍ବାଚନ କମିଶନ ସମନ୍ବୟ ରକ୍ଷା କରି ପଞ୍ଚାୟତ ନିର୍ବାଚନ ଓ ଜନଗଣନା କରିବେ

Published By: Suvra – Prameya-News7 Bureau | January 26, 2026 12:40 PM

NEWS7

manmohan samal reaction

ଭୁବନେଶ୍ବର ୨୬/୧:  ରାଜ୍ୟରେ କେବେ ହେବ ପଞ୍ଚାୟତ ନିର୍ବାଚନ ? ଆଗୁଆ ହେବ ନା ନିର୍ଦ୍ଧାରିତ ସମୟରେ ହେବ । ରବିବାର ସଠ ସମୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢୀ କହିବା ପରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି ସମୟ ଅନୁସାରେ ପଞ୍ଚାୟତ ନିର୍ବାଚନ ହେବ । ଆମ କାର୍ଯ୍ୟକର୍ତ୍ତା ସବୁ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି । ଜନଗଣନା ମଧ୍ୟ ହେବ ସେଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ ।ଉଭୟ ସରକାର ଓ ନିର୍ବାଚନ କମିଶନ ସମନ୍ବୟ ରକ୍ଷା କରି ପଞ୍ଚାୟତ ନିର୍ବାଚନ ଓ ଜନଗଣନା କରିବେ । ଦଳ ଯେକୌଣସି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ।

ପୂର୍ବରୁ ଆଗୁଆ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା ଦେଇଥିଲେ ବିଜେପି ରାଜ୍ୟ ସଭାପତି । ଫେବ୍ରୁଆରୀରରେ ଜନଗଣନା ହେବାକୁ ଥିବାରୁ ଆଗୁଆ ନିର୍ବାଚନ ହୋଇପାରେ ବୋଲି ଗଣମାଧ୍ୟମରେ କହିଥିଲେ । ରବିବାର ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସ୍ପଷ୍ଟ କରିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢୀ । କହିଥିଲେ ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ । ସମୟ ଆସିଲେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ । ଏଥିପାଇଁ ସବ୍‌ ଡିଭିଜନ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି । ବୁଥ୍‌,ବାଲଟ୍‌ ବକ୍ସ ସହ ଯାହା ଯାହା ଦରକାର ସେନନେଇ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯେଉଁ ସ୍ତରରେ କାମ ହେବା କଥା ତାହା କରାଯିବ ବୋଲି କହିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ।

Scroll to Top