ନୂଆଦିଲ୍ଲୀ,୨୬|୦୧: ସାରା ଦେଶରେ ଜାନୁଆରୀ୨୬କୁ ଧୁମଧାମରେ ପାଳନ କରାଯାଉଛି । ସୋମବାର ଦିଲ୍ଲୀରୁ ପଲ୍ଲୀ ସବୁଠି୭୭ତମ ଗଣତନ୍ତ୍ର ଦିବସ ପାଳନ ହେଉଛି । କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଅତିଥି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ଏହି ଉତ୍ସବ ଦେଶକୁ ଶକ୍ତି ଯୋଗାଉ । ବିକଶିତ ଭାରତ ଗଠନରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରୁ ବୋଲି ସେ କହିଛନ୍ତି ।
Best wishes on Republic Day.
May this occasion add renewed energy and enthusiasm in our collective resolve to build a Viksit Bharat.
— Narendra Modi (@narendramodi) January 26, 2026
କଂଗ୍ରେସର ଶୁଭେଚ୍ଛା
ଭାରତୀୟ ଜାତୀୟ କଂଗ୍ରେସ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛି । ଦଳ ଏହି ପବିତ୍ର ଦିନରେ ସ୍ୱାଧିନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ସହ ଯେଉଁମାନେ ଦେଶ ପାଇଁ ସହିଦ ହୋଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି। ଏହାସହ ସ୍ୱାଧିନତା ସଂଗ୍ରାମୀଙ୍କ ବଳିଦାନକୁ ଭୂଲି ହେବନି ବୋଲି କଂଗ୍ରେସ କହିଛି ।
କାଶ୍ମୀରରେ ତ୍ରିରଙ୍ଗା ଉଡାଇଲେ ପର୍ଯ୍ୟଟକ
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ଗୁଜରାଟର ଜଣେ ପର୍ଯ୍ୟଟକ କାଶ୍ମୀରର ରାଜରାସ୍ତାରେ ତ୍ରିରଙ୍ଗା ଧରି ବୁଲୁଥିବା ଦେଖିବାକୁ ମିଳିଛି । ସେ ନିଜ ଶରୀରକୁ ତ୍ରିରଙ୍ଗାର ରଙ୍ଗରେ ରଙ୍ଗେଇଛନ୍ତି । ଏହାସହ ଭାରତ ମାତା କି ଜୟ ନାରା ମଧ୍ୟ ଦେଉଛନ୍ତି । ଲାଲ୍ ଚୌକ ଠାରେ ସେ ଏପରି ଭାବେ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି ।
#WATCH | J&K: A tourist from Gujarat’s Ahmedabad, paints himself in colours of the Tricolour, carries a mini model of BrahMos, waves the National Flag and chants ‘Bharat Mata ki jai’ as he celebrates the Republic Day at the iconic Ghanta Ghar at Lal Chowk in Srinagar. pic.twitter.com/CMtU96GZ5N
— ANI (@ANI) January 26, 2026
ସ୍ୱିମିଂ ପୁଲରେ ସେଲିବ୍ରେସନ
ଗୁଜରାଟର ଭଦୋଦରାରେ କୁନିକୁନି ଶିଶୁମାନେ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି । ଏଠାରେ ଏକ ସ୍ୱିମିଂ ପୁଲରେ ଶିଶୁମାନେ ତ୍ରିରଙ୍ଗା ଧରି ସନ୍ତରଣ କରିଛନ୍ତି । ଯାହାର ଭିଡିଓ ଖୁବ୍ ନିଆରା ହୋଇଛି ।
— Press Trust of India (@PTI_News) January 26, 2026




