ବିଜେଡି ଦଳ ବଞ୍ଚିଛି ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି, ସାଲାଇନ ଦରକାର ହେଲେ ଦେବା

ବିଜେଡି-ଦଳ-ବଞ୍ଚିଛି-ବୋଲି-ପ୍ରମାଣିତ-କରିବାକୁ-ଚାହୁଁଛନ୍ତି,-ସାଲାଇନ-ଦରକାର-ହେଲେ-ଦେବା

ବିଜେଡି ଦଳ ବଞ୍ଚିଛି ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି, ସାଲାଇନ ଦରକାର ହେଲେ ଦେବା

Published By: Ruby – Prameya-News7 Bureau | January 25, 2026 05:51 PM

NEWS7

Jaynarayan Mishra

ଭୁବନେଶ୍ବର ୨୫।୧: ବିଜେଡି ଦଳ ବଞ୍ଚିଛି ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି ବୋଲି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି । ଜୟ ନାରାୟଣ କହିଛନ୍ତି, ଆମେ ୩୧ ଶହ ଦେଲୁ ସେମାନେ ଶହେ ଟଙ୍କା କହିଥିଲେ ଦେଲେନି । ବିଜେଡି ମରିଯାଉଛି ବୋଲି ଲୋକେ କହୁଛନ୍ତି ସେମାନେ ବଞ୍ଚେଇବା ପାଇଁ ଶୋ’ କରୁଛନ୍ତି । ଅମେ କହୁଛୁ ଦେଢ଼ ସଂଗଠନ ସେମାନେ କହୁଛନ୍ତି ବଞ୍ଚିଛୁ । ବଞ୍ଚିବାକୁ ସାଲାଇନ ଦରକାର ହେଲେ ଦେବୁ । ସେମାନେ ମରନ୍ତୁ ନାହିଁ ବଞ୍ଚିଥାନ୍ତୁ । ସାଲାଇନ ଦରକାର ହେଲେ ଦେବା । ୨୦୨୪ପୂର୍ବରୁ କ’ଣ ପରିସ୍ଥିତି ଥିଲା ଏବର କ’ଣ ପରିସ୍ଥିତି ଥିଲା ଦୁଇଟାକୁ ଗ୍ରହଣ କରନ୍ତୁ । ଭଗବାନ ବିଜେଡିକୁ ଦୀର୍ଘାୟୁ କରନ୍ତୁ । ଚିରାଚରିତ ହିସାବରେ କେଉଁଠି କ’ଣ ଘଟିଛି ପୋଲିସ ଆକ୍ସନ ନେଇଛି । କୌଣସି ସଂଗଠିତ କ୍ରାଇମ ଓଡ଼ିଶାରେ ନାହିଁ । ମାଫିଆ ଥିଲେ ଆଜି ନାହିଁ । ଦିବ୍ୟ ଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ ଯାହା କରିଥିଲେ ଆମେ ଗୋଟିଏ ଘଟଣା କରିନୁ । ଗୋଟିଏର ବି ତଦନ୍ତ ହେଲାନି । କେତେ ଘଟଣା ଘଟିଗଲା ବିଜେଡି ସମୟରେ ନିଜ ଆଙ୍ଗୁଠିରେ ଗଣିପାରିବେ ବୋଲି ଜୟ ନାରାୟଣ କହିଛନ୍ତି ।

Scroll to Top