ପୋଲିସ ଡାଳେ ଡାଳେ, ମାଫିଆ ପତରେ ପତରେ…
Published By: Kirti – Prameya-News7 Bureau | January 25, 2026 03:45 PM
NEWS7
ଭଦ୍ରକ ୨୫।୦୧ : ଏତେ ଚେଷ୍ଟା ପରେ ବି ଥମୁନି ଗୋ-ଚାଲାଣ । ପୋଲିସ ଡାଳେ ଡାଳେ ଗଲେ ପତରେ ପତରେ ଯାଉଛନ୍ତି ଗୋ-ମାଫିଆ । ବେଆଇନ୍ ଗୋ-ଚାଲାଣ ପାଇଁ ଅପଣାଉଛନ୍ତି ନୂଆ ନୂଆ ତରିକା । ଏବେ ପେଟ୍ରୋ ଟ୍ୟାଙ୍କରରେ ବେଆଇନ୍ ଭାବେ ଗୋ-ଚାଲାଣ ବେଳେ ମାଡ଼ିବସିଛନ୍ତି ଗୋ-ରକ୍ଷକ ।
ଖବର ଅନୁଯାୟୀ, ଏକ ପେଟ୍ରୋଲ ଟ୍ୟାଙ୍କର ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଧାମନଗର ଥାନା ବାରିକପୁର ଛକ ନିକଟରେ ଅଟକାଇଥିଲେ ଗୋ-ରକ୍ଷକ । ଏହି ପେଟ୍ରୋଲ ଟ୍ୟାଙ୍କର ଭିତରୁ ୩୫ରୁ ଅଧିକ ଗୋରୁ ଭର୍ତ୍ତି ହୋଇ ରହିଥିଲେ । ଯାହାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଧାମନଗର ପୋଲିସ ପହଞ୍ଚି ବେଆଇନ ଭାବେ ଗୋ-ଚାଲାଣ କରୁଥିବା ଟ୍ୟାଙ୍କରକୁ ଜବତ କରିଛି ।




