୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ, ସବ୍‌ଡିଭିଜନ୍ ସ୍ତରରେ ପ୍ରସ୍ତୁତି ଆରମ୍ଭ

୫-ବର୍ଷ-କାର୍ଯ୍ୟକାଳ-ସରିଲେ-ହେବ-ପଞ୍ଚାୟତ-ନିର୍ବାଚନ,-ସବ୍‌ଡିଭିଜନ୍-ସ୍ତରରେ-ପ୍ରସ୍ତୁତି-ଆରମ୍ଭ

୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ, ସବ୍‌ଡିଭିଜନ୍ ସ୍ତରରେ ପ୍ରସ୍ତୁତି ଆରମ୍ଭ

Published By: Ruby – Prameya-News7 Bureau | January 25, 2026 12:13 PM

NEWS7

State Election Commissioner

ଭୁବନେଶ୍ବର ୨୫।୧: ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ ଏନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ।

ସେ ଆହୁରି କହିଛନ୍ତି ଯେ, ସମୟ ଆସିଲେ ପଞ୍ଚାୟତ ନିର୍ବାଚନ ନେଇ ନିଷ୍ପତ୍ତି ହେବ । ପାଞ୍ଚୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସବ୍ ଡିଭିଜନ୍ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ୧୦ ଦିନ ଭିତରେ ଜିଲ୍ଲପାଳଙ୍କ ସହ ବୈଠକ ହୋଇଛି ।

ବୁଥ୍, ବାଲଟ୍ ବକ୍ସ ସହ ଯାହା ଯାହା ଆବଶ୍ୟକ କାମ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯେଉଁ ସ୍ତରରେ କାମ ହେବା କଥା ହେବ । ପଞ୍ଚାୟତ ନିର୍ବାଚନକୁ ଅଳ୍ପ ସମୟ ଥିବାରୁ ଉପ ନିର୍ବାଚନ ପାଇଁ ନିଷ୍ପତ୍ତି ହୋଇନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।

Scroll to Top