ହତ୍ୟା ଘଟଣାର ପର୍ଦ୍ଦାଫାସ, ପୁରୀରୁ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
Published By: Kirti – Prameya-News7 Bureau | January 25, 2026 09:22 AM
NEWS7
ରାୟଗଡ଼ା ୨୫।୦୧ : ହତ୍ୟା ଘଟଣାର ପର୍ଦ୍ଦାଫାସ । ରାୟଗଡ଼ା କାଶୀପୁର ବ୍ଲକ ହାଡ଼ିଗୁଡ଼ାରେ ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ। ଦୋରାଗୁଡ଼ା ଗାଁର ଗୋପାଳ ଦୋରାଙ୍କ ନିଖୋଜ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ।
ଖବର ଅନୁଆୟୀ, ବୃଦ୍ଧ ଗୋପାଳ ନିଖୋଜ ନେଇ ପରିବା ଲୋକେ ଗତ ୯ ତାରିଖରେ ଦୋରାଗୁଡ଼ା ଥାନାରେ ଏତଲା ଦେଇଥିଲେ । ପୋଲିସ ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ସୂଚନା ମିଳିନଥିଲା । ଶେଷରେ ଗତ ଗୁରୁବାର ନିଖୋଜ ଗୋପାଳଙ୍କ ମୃତଦେହ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଗାଁ ପାଖ ଏକ ନାଳରୁ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାଯାଇଛି। ସେହିପରି ଘଟଣାର ତଦନ୍ତ କରି ୫ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଜେରା କରାଯାଉଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଇଶ୍ୱର ଦୋରାକୁ ପୁରୀରୁ ଗିରଫ କରିଛି ପୋଲିସ।




