ସରିଲା ଘଣ୍ଟପଡ଼ା ଫ୍ଲାଏଓଭର ବ୍ରିଜ କାର୍ଯ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିବେ ଉଦଘାଟନ
Published By: Chikun – Prameya-News7 Bureau | January 24, 2026 11:31 PM
NEWS7
ଅନୁଗୁଳ: ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ । ସରିଲା ତାଳଚେର ଅନୁଗୁଳ ଦ୍ବୈତ ନଗରୀକୁ ସଂଯୋଗ କରୁଥିବା ଘଣ୍ଟପଡା ଫ୍ଲାଏଓଭର ବ୍ରିଜର କାର୍ଯ୍ୟ। ରବିବାର ହେବ ଉଦଘାଟନ। ଘଣ୍ଟପଡ଼ା ଫ୍ଲାଏଓଭର ବ୍ରିଜର ଶୁଭ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। MCLର CSR ଫଣ୍ଡରୁ ୪୨ କୋଟି ଟଙ୍କା ବିନିମୟରେ ଏହି ଓଭର ବ୍ରିଜ କାମ ସରିଛି।ସୂଚନାଥାଉକି, ଏହି ରାସ୍ତା ଦେଇ ଅନୁଗୁଳକୁ ଯିବାରେ ରେଲୱେ ଫାଟକ ଯୋଗୁ ଘଣ୍ଟା ଘଣ୍ଟା ଧରି ବହୁ ଗାଡ଼ି ମୋଟର ଅଟକିବା ସହ ଆମ୍ବୁଲାନ୍ସ ଏବଂ ପୋଲିସ ଗାଡ଼ି ମଧ୍ୟ ଅଟକି ରହୁଥିଲା। ହେଲେ ଏହି ଓଭର ବ୍ରିଜ୍ ଯୋଗୁ ଏହି ଅସୁବିଧାର ଅନ୍ତ ଘଟିଛି। ପ୍ରାୟ ୮ ବର୍ଷ ଧରି ଏହାର ନିର୍ମାଣ କାମ ଚାଲୁଥିଲା। କିନ୍ତୁ ଗତ ବର୍ଷେ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ MCLକୁ ସ୍ଵତନ୍ତ୍ର ନିର୍ଦେଶ ଦେଇଥିଲେ ଏବଂ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ କାମ ଦ୍ରୁତ ଗତିରେ ସମାପନ ହୋଇଛି। ତେବେ ପ୍ରତୀକ୍ଷାର ଅନ୍ତ ଘଟିଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ।




