ପରିବାର ସହ ଶ୍ରୀମନ୍ଦିର ବୁଲିବାକୁ ଆସିଥିଲେ ନାବାଳକ, ବଡ଼ଦେଉଳରେ ମାଡ଼ !

ପରିବାର-ସହ-ଶ୍ରୀମନ୍ଦିର-ବୁଲିବାକୁ-ଆସିଥିଲେ-ନାବାଳକ,-ବଡ଼ଦେଉଳରେ-ମାଡ଼-!

ପରିବାର ସହ ଶ୍ରୀମନ୍ଦିର ବୁଲିବାକୁ ଆସିଥିଲେ ନାବାଳକ, ବଡ଼ଦେଉଳରେ ମାଡ଼ !

Published By: Kirti – Prameya-News7 Bureau | January 24, 2026 10:23 AM

NEWS7

break

ପୁରୀ ୨୪।୦୧ : ଶ୍ରୀମନ୍ଦିର ବାହାର କାଠ ନିକଟରେ ନାବାଳକକୁ ପୋଲିସର ମାଡ ଅଭିଯୋଗ। ନାବାଳକ କାନରେ ଲାଗିଛି ଗଭୀର ଆଘାତ। ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ କରାଯାଇଛି ଭର୍ତ୍ତି।

ଖବର ଅନୁଯାୟୀ, ନାବାଳକ ଜଣକ ଭଦ୍ରକ ଭଣ୍ଡାରୀପୋଖରୀ ଅଞ୍ଚଳର। ଶୁକ୍ରବାର ରାତିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପରିବାର ଲୋକଙ୍କ ସହିତ ପୁରୀ ଆସିଥିଲା ନାବାଳକ। ହେଲେ ନାବାଳକଙ୍କୁ ଶ୍ରୀମନ୍ଦିର ମଧ୍ୟରେ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଯାହାପରେ ଆକ୍ସନମୋଡ଼କୁ ଆସିଛି ପୋଲିସ । ସିଟି ଡିଏସପି ଓ ସିଂହଦ୍ୱାରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହିତ ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଥିବା ଫୁଟେଜକୁ ବି ଯାଞ୍ଚ କରୁଛି ପୋଲିସ । ତେବେ ନାବାଳକକୁ ପୋଲିସ କିମ୍ବା ଜେଟିପି, କିଏ ମାଡ଼ ମାରିଛନ୍ତି । ସେନେଇ ଜାରି ରହିଛି ତଦନ୍ତ ।

Scroll to Top