ହାରିଗଲା ବାଘ, ଜିତିଗଲା ମଣିଷ ! ନରସିଂହପୁରରେ ବାଘ-ମଣିଷ ଲଢେଇ
Published By: Kirti – Prameya-News7 Bureau | January 24, 2026 09:48 AM
NEWS7
ଆଠଗଡ଼ ୨୪।୦୧ : ନରସିଂହପୁରରେ ବାଘ ମଣିଷ ଲଢେଇ । ଏ ଖବର ଯେତିକି ଚାଂଚଲ୍ୟକର ସେତିକି ରହସ୍ୟମୟ । କାରଣ ବାଘ ଆକ୍ରମଣରେ ଜଣେ ଲୋକ ଆହତ ହୋଇଛନ୍ତି । ହେଲେ ଏ ଲଢେଇ ପରେ ବାଘର ମୃତ ଦେହ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Tags: prameyanews7




