ଓଶିୱାରା ଫାୟାରିଂ ମାମଲାରେ କମଲ ଆର ଖାନ ଗିରଫ, କୋର୍ଟରେ ହେବେ ହାଜର

ଓଶିୱାରା-ଫାୟାରିଂ-ମାମଲାରେ-କମଲ-ଆର-ଖାନ-ଗିରଫ,-କୋର୍ଟରେ-ହେବେ-ହାଜର

ନୂଆଦିଲ୍ଲୀ ୨୪। ୦୧: ବିବାଦୀୟ ଅଭିନେତା ତଥା ଫିଲ୍ମ ସମାଲୋଚକ କମଲ ଆର ଖାନ। ଏବେ ଆଇନଗତ ସମସ୍ୟାରେ ଫସିଛନ୍ତି। ଜାନୁଆରୀ ୧୮ ତାରିଖରେ ମୁମ୍ବାଇର ଅନ୍ଧେରିର ଓଶିୱାରାର ଏକ ଆବାସିକ କୋଠାରେ ଚାରି ରାଉଣ୍ଡ ଗୁଳି ଚଳାଇବା ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଛି। ପୋଲିସ ଘଟଣାରେ ବ୍ୟବହୃତ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ଜବତ କରିଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ କାଗଜପତ୍ର ଜାରି ରଖିଛି।

ପୋଲିସର ସୂଚନା ଅନୁଯାୟୀ,ରବିବାର ରାତିରେ ଏକ ଆବାସିକ କୋଠାର ଭିନ୍ନ ଭିନ୍ନ ଫ୍ଲାଟରେ ଦୁଇଟି ଗୁଳି ଫୁଟିଥିଲା। ଯାହା ପରେ ଘଟଣାକୁ ନେଇ ଏକ ମାମଲା ରୁଜୁ କରାଯାଇଥିଲା। ପଚରାଉଚରା ସମୟରେ କେଆରକେ ସ୍ୱୀକାର କରିଥିଲେ ଯେ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଥିଲେ। ସେ ପୋଲିସକୁ ଏକ ଅଜବ କଥା କହିଥିଲେ ଯେ ସେ ବନ୍ଧୁକକୁ ସଫା କରୁଥିଲେ। ସେ କ୍ଷତି ଏଡାଇବା ପାଇଁ ତାଙ୍କ ଘର ସାମ୍ନାରେ ଥିବା ବଡ଼ ମାଙ୍ଗ୍ରୋଭ୍ ଜଙ୍ଗଲ ଆଡ଼କୁ ବନ୍ଧୁକ ଚଳାଇଥିଲେ। କିନ୍ତୁ,ପବନ ଯୋଗୁଁ ଗୁଳିଟି ଟିକିଏ ଆଗକୁ ଯାଇ ଓଶିୱାରାର ଏକ କୋଠାରେ ବାଜିଥିଲା। ସେ କହିଥିଲେ ଯେ ତାଙ୍କର କାହାକୁ ଆଘାତ ଦେବାର କୌଣସି ଉଦ୍ଦେଶ୍ୟ ନଥିଲା।

ଏହି ଘଟଣାରେ କୌଣସି ଆହତ ହୋଇଥିବାର ରିପୋର୍ଟ ହୋଇନାହିଁକିନ୍ତୁ ଏହା ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ତେବେ ଘଟଣା ପରେ ମୁମ୍ବାଇ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି ଏବଂ ଓଶିୱାରା ପୁଲିସ ବନ୍ଧୁକକୁ ଜବତ କରିଛି। ପୋଲିସ ଏବେ କେଆରକେଙ୍କ ଦାବି କେତେ ସତ୍ୟ,ଗୁଳିଚାଳନା ସମୟରେ ସୁରକ୍ଷା ନିୟମ ପାଳନ କରାଯାଇଥିଲା କି ନାହିଁ ଏବଂ ଲାଇସେନ୍ସ ସର୍ତ୍ତାବଳୀ ଉଲ୍ଲଂଘନ କରାଯାଇଥିଲା କି ନାହିଁ ତାହା ଯାଞ୍ଚ କରୁଛି।

Scroll to Top