ଗଛରେ ପିଟିହେଲା ବାଇକ୍ : ଅଧାବାଟରେ ଜଣେ, ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ

ଗଛରେ-ପିଟିହେଲା-ବାଇକ୍-:-ଅଧାବାଟରେ-ଜଣେ,-ମେଡିକାଲରେ-ଆଉ-ଜଣଙ୍କ-ମୃତ୍ୟୁ

ଗଛରେ ପିଟିହେଲା ବାଇକ୍ : ଅଧାବାଟରେ ଜଣେ, ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ

Published By: Ruby – Prameya-News7 Bureau | January 23, 2026 07:27 PM

NEWS7

Bhadrak News

ଭଦ୍ରକ ୨୩।୧: ଗଛରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲଟୁଆ ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଦୁଇ ଜଣ ବାଇକ୍ ଆରୋହୀ କଉପୂର୍ ଅଞ୍ଚଳରୁ ବାଇକ୍ ଯୋଗେ ଭଦ୍ରକ ଆଡ଼କୁ ଫେରୁଥିଲେ । ଗେଲଟୁଆ ନିକଟରେ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ପିଟିଥିଲା । ସ୍ଥାନୀୟ ଲୋକେ ଦୁଇ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ମେଡିକାଲ ଆଣୁଥିବା ବେଳେ ରେଳ ଫାଟକ ନିକଟରେ ଜଣେ ଆରୋହୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଅନ୍ୟ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମେଡିକାଲରେ ଗୁରୁତର ଯୁବକଙ୍କୁ ମୃତ ଘୋଷଣା କରାଯାଇଛି । ତେବେ ମୃତକ ଦୁଇ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

Scroll to Top