ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା, କାର୍‌ରେ ଥିବା ୩ ଜଣ ଗୁରୁତର

ଟ୍ରକ୍-କାର୍-ମୁହାଁମୁହିଁ-ଧକ୍କା,-କାର୍‌ରେ-ଥିବା-୩-ଜଣ-ଗୁରୁତର

ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା, କାର୍‌ରେ ଥିବା ୩ ଜଣ ଗୁରୁତର

Published By: Ruby – Prameya-News7 Bureau | January 23, 2026 03:55 PM

NEWS7

Patnagarh News

ପାଟଣାଗଡ଼ ୨୩।୧: ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଫଳରେ ୩ ଜଣ ଗୁରୁତର । ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଭରୁଆମୁଣ୍ଡା ଗାଁ ରାସ୍ତାରେ ଘଟିଛି ଦୁର୍ଘଟଣା । ମିଳିନି ଗୁରୁତରଙ୍କ ପରିଚୟ । ପୋଲିସ ପହଞ୍ଚି ଅଧିକ ଖୋଳତାଡ଼ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଭରୁଆମୁଣ୍ଡା ଗାଁ ରାସ୍ତାରେ ଏକ ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ କାର୍‌ରେ ଥିବା ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ତେଲଗୁ ଭାଷାରେ କଥା ହେଉଥିବାରୁ ରାଜ୍ୟ ବାହାରର ହୋଇଥିବା ଜଣାଯାଇଛି । ବେଲପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଗୁରୁତର ମାନଙ୍କୁ ବେଲପଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି ।

Scroll to Top