ମନ୍ତ୍ରୀଙ୍କୁ କାଉଣ୍ଟର କଲେ ବିଜେଡି ବରିଷ୍ଠ ଉପସଭାପତି, ମହାନଦୀ ପଦ୍ମ ଘୁଞ୍ଚି ଯାଉଛି
ମନ୍ତ୍ରୀ ସୁରେଶ ପୂଜାରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। ସେ ଜଣେ ପଢ଼ାଶୁଣା ଲୋକ। ସେମାନେ ଆମ ସହ ୯ ବର୍ଷ ସରକାରରେ ଥିଲେ। ତୁମର ତ ଛତିଶଗଡ଼ ଓ କେନ୍ଦ୍ରରେ ସରକାର ଥିଲା।
Published By: Prativa – Prameya-News7 Bureau | January 23, 2026 02:05 PM
NEWS7
ଭୁବନେଶ୍ୱର ୨୩/୦୧: ମନ୍ତ୍ରୀ ସୁରେଶ ପୂଜାରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। ସେ ଜଣେ ପଢ଼ାଶୁଣା ଲୋକ। ସେମାନେ ଆମ ସହ ୯ ବର୍ଷ ସରକାରରେ ଥିଲେ। ତୁମର ତ ଛତିଶଗଡ଼ ଓ କେନ୍ଦ୍ରରେ ସରକାର ଥିଲା। ତୁମେ କଲ କଣ। ବିଜେପି କାହାଣୀ କହୁଛି। ସବୁବେଳେ ୨୪ ବର୍ଷ କଥା କହି ନିଜକୁ ଆଉ ବଞ୍ଚାନ୍ତୁ ନି। କେଉଁ ସରକାର କେସ ହାରିବା ପାଇଁ ଲଢ଼େ କି । ସେତ ଆଇନଜୀବୀ ଅଛନ୍ତି ଜାଣିଥିବେ। ଲୋକ ଆଶା କରିଥିଲେ ଡିସେମ୍ବର ଭିତରେ ମହାନଦୀ ଜଳ ବିବାଦର ସମାଧାନ ହୋଇଯିବ।
ଏକଥା ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଥିଲେ। ୨୦୧୬ରେ ନବୀନ ବାବୁ ଯେଉଁ ପ୍ରୟାସ ଆରମ୍ଭ କରିଥିଲେ ସେତେବେଳେ କେନ୍ଦ୍ର ସରକାର ତାକୁ ଗୁରୁତ୍ୱ ଦେଲେ ନାହିଁ। ସେତେବେଳେ ଛତିଶଗଡ଼ ବ୍ୟାରେଜ ନିର୍ମାଣ ନ କରିବାକୁ ଦାବି କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ। ହେଲେ ରମଣ ସିଂ ତାକୁ ରୋକଠୋକ ମନା କରିଦେଲେ । କେନ୍ଦ୍ର ସେତେବେଳେ ନିରବଦ୍ରଷ୍ଟା ରହିଲା । ଯାହା ଫଳରେ ଓଡ଼ିଶା ଟ୍ରିବ୍ୟୁନାଲକୁ ଗଲେ। ଏବେ ଟ୍ରିପଲ ଇଂଜନ ସରକାର ଆସିଲେ ହେଲେ କୌଣସି ଲାଭ ହେଲା ନାହିଁ ।
ଏବେ ଗୋଟେ କମିଟି କରିଛନ୍ତି। ହେଲେ ସେ କମିଟି କଣ କରୁଛି ତାହା ଜଣା ନାହିଁ। ଆଜି ସର୍ବଦଳୀୟ କମିଟି ଡାକି ବନ୍ଦ କରିବାର କାରଣ କଣ ଜଣା ନାହିଁ। ଆଜି ତଳିଆ ଅଞ୍ଚଳରେ ପାଣି ନାହିଁ। ଖରା ବଢିଲେ ଅବସ୍ଥା ଆହୁରି ଖରାପ ହେବ। ଇକୋ ସିଷ୍ଟମ ପ୍ରଭାବିତ ହେବ। ପୂର୍ବରୁ ବିଜେଡି ଏହାକୁ ନେଇ ଆନ୍ଦୋଳନ କରିଛି। ଏବେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି।




