ହସ୍ପିଟାଲରୁ ଡ଼ିସ୍‌ଚାର୍ଜ ହେଲେ କୋ ପାଇଲଟ, କହିଲେ ଖୁବ୍‌ଶୀଘ୍ର କମ୍‌ବ୍ୟାକ୍ କରିବି ୟୁନିଫର୍ମରେ

ହସ୍ପିଟାଲରୁ-ଡ଼ିସ୍‌ଚାର୍ଜ-ହେଲେ-କୋ-ପାଇଲଟ,-କହିଲେ-ଖୁବ୍‌ଶୀଘ୍ର-କମ୍‌ବ୍ୟାକ୍-କରିବି-ୟୁନିଫର୍ମରେ

ହସ୍ପିଟାଲରୁ ଡ଼ିସ୍‌ଚାର୍ଜ ହେଲେ କୋ ପାଇଲଟ, କହିଲେ ଖୁବ୍‌ଶୀଘ୍ର କମ୍‌ବ୍ୟାକ୍ କରିବି ୟୁନିଫର୍ମରେ

Published By: Prativa – Prameya-News7 Bureau | January 23, 2026 12:54 PM

NEWS7

pilot discharge

ରାଉରକେଲା ୨୩/୦୧: ରାଉରକେଲା ବିମାନ ଦୁର୍ଘଟଣା ଟ୍ରାର୍ଜେଡ଼ି । ଘରୋଇ ହସ୍ପିଟାଲରୁ ଡ଼ିସ୍‌ଚାର୍ଜ ହେଲେ ବିମାନର କୋ-ପାଇଲଟ ତରୁଣ ଶ୍ରୀବାସ୍ତବ । ଗତ ୧୦ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ଉଢ଼ାଣ ଭରିଥିଲା ଇଣ୍ଡିଆ ୱାନ ଏୟାର । ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବା ପୁର୍ବରୁ ଦୁର୍ଘଟଣା ଘଟିଥିଲା କଂସର ଗାଁରେ ।

ପାଇଲଟ କୋ- ପାଇଲଟ ସହ ଚାରି ଯାତ୍ରୀ ଦୁର୍ଘଟଣାର ଗୁରୁତର ହୋଇ ଭର୍ତି ହୋଇଥିଲା ରାଉରକେଲାର ଏକ ଘରୋଇ ହସ୍ପିଟାଲରେ । ଦୁର୍ଘଟଣାର ପର ଦିନ ଅର୍ଥାତ ଗତ ୧୧ ତାରିଖରେ ସ୍ୱାମୀ ସୁନିଲ ଅଗ୍ରୱାଲ ସହ ତାଙ୍କ ପତ୍ନୀ ସବିତା ଅଗ୍ରୱାଲଙ୍କୁ ମୁମ୍ବାଇ ଏୟାର ଲିଫ୍ଟ କରାଯାଇଥିଲା । ଆଉ ଗତ ୨୦ ତାରିଖରେ ପାଇଲଟ ନବୀନ କାଡ଼େଙ୍ଗେ ହସ୍ପିଟାଲରୁ ଡ଼ିସଚାର୍ଜ ହୋଇଥିବା ବେଳେ ଆଜି ଡ଼ିସଚାର୍ଜ ହୋଇଛନ୍ତି କୋ-ପାଇଲଟ ତରୁଣ ଶ୍ରୀବାସ୍ତବ । କିନ୍ତୁ ଏହାରି ଭିତରେ ଚିକିତ୍ସାଧିନ ଅବସ୍ଥାରେ ମୁତ୍ୟୁ ବରଣ କରିଛନ୍ତି ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ ।

ହସ୍ପିଟାଲରୁ ଡ଼ିସଚାର୍ଜ ହେବା ସମୟରେ କୋ- ପାଇଲଟ ତରୁଣ ଶ୍ରୀବାସ୍ତବ ପ୍ରଥମେ ଜୟ ଜଗନ୍ନାଥ କହି ଦ୍ୱିତୀୟ ଜୀବନ ପାଇଛନ୍ତି ଉଦ୍ଦାର କରିଥିବା ଗାଁ ଲୋକଙ୍କୁ ଧନ୍ୟବାଦ ଦେବାସହ ଚିକିସ୍ୱା କରୁଥିବା ଡ଼ାକ୍ତର ଟିମଙ୍କୁ ମଧ୍ୟ ଧନ୍ୟବାଦ ଦେଇ କହିଛନ୍ତି ଆଜି ଦ୍ୱିତୀୟ ଜୀବନ ପାଇ ମୁଁ ପରିବାରକୁ ଫେରୁଛି । ପୁଣି ଫେରିବି ୟୁନି ଫର୍ମରେ ବିମାନ ଉଢ଼ାଣ ଭରିବି ଲୋକଙ୍କ ସେବାରେ ରହିବି । ଦ୍ୱିତୀୟ ଜୀବନ ଦେଇଥିବା ଗାଁ ଲୋକେ ଡ଼ାକ୍ତର ଟିମଙ୍କ ସହ ୟୁନିଫର୍ମରେ ଫୋଟ ଉଠାଇବି ।

Scroll to Top