ଆଜି ବସନ୍ତ ପଞ୍ଚମୀ, ବିଦ୍ୟାଦାତ୍ରୀଙ୍କ ଆବାହନରେ ଛାତ୍ରଛାତ୍ରୀ

ଆଜି-ବସନ୍ତ-ପଞ୍ଚମୀ,-ବିଦ୍ୟାଦାତ୍ରୀଙ୍କ-ଆବାହନରେ-ଛାତ୍ରଛାତ୍ରୀ

ଆଜି ବସନ୍ତ ପଞ୍ଚମୀ, ବିଦ୍ୟାଦାତ୍ରୀଙ୍କ ଆବାହନରେ ଛାତ୍ରଛାତ୍ରୀ

ହସ୍ତେ ସ୍ଫଟିକମାଳିକାଂ ବିଦଧତିଂ, ପଦ୍ମାସନେ ସଂସ୍ଥିତାଂ, ବନ୍ଦେତାଂ ପରମେଶ୍ୱରୀ ଭଗବତୀଂ ବୁଦ୍ଧିପ୍ରଦାଂ ଶାରଦାଂ । ସରସ୍ୱତୀ ମହାଭାଗେ ବିଦ୍ୟେ କମଳଲୋଚନେ ବିଦ୍ୟାରୂପେ ବିଶାଳାକ୍ଷି ବିଦ୍ୟାଂ ଦେହି ନମୋସ୍ତୁତେ ।

Published By: Prativa – Prameya-News7 Bureau | January 23, 2026 07:41 AM

NEWS7

saraswati puja

ଭୁବନେଶ୍ୱର ୨୩/୦୧: ହସ୍ତେ ସ୍ଫଟିକମାଳିକାଂ ବିଦଧତିଂ, ପଦ୍ମାସନେ ସଂସ୍ଥିତାଂ, ବନ୍ଦେତାଂ ପରମେଶ୍ୱରୀ ଭଗବତୀଂ ବୁଦ୍ଧିପ୍ରଦାଂ ଶାରଦାଂ । ସରସ୍ୱତୀ ମହାଭାଗେ ବିଦ୍ୟେ କମଳଲୋଚନେ ବିଦ୍ୟାରୂପେ ବିଶାଳାକ୍ଷି ବିଦ୍ୟାଂ ଦେହି ନମୋସ୍ତୁତେ ।

ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଭକ୍ତିର ସହ ପୂଜା କରୁଛନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ । ସ୍ବେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ସବୁଠି ଧୁମଧାମରେ ମାଆଙ୍କର ପୂଜାର୍ଚ୍ଚନା କରାଯାଉଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ମା’ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବ ।

Scroll to Top