ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି, ପରମ୍ପରା ଅନୁସାରେ ହେବ ପୂଜାର୍ଚ୍ଚନା

ମାଘ-ମାସ-ଶୁକ୍ଳ-ପକ୍ଷ-ପଞ୍ଚମୀ-ତିଥି,-ପରମ୍ପରା-ଅନୁସାରେ-ହେବ-ପୂଜାର୍ଚ୍ଚନା

ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି, ପରମ୍ପରା ଅନୁସାରେ ହେବ ପୂଜାର୍ଚ୍ଚନା

Published By: Prativa – Prameya-News7 Bureau | January 23, 2026 08:04 AM

NEWS7

rathakatha

ପୁରୀ ୨୩/୦୧: ଆଜି ପବିତ୍ର ଶ୍ରୀପଞ୍ଚମୀ । ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥ କାଠ ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ନୟାଗଡ ବନଖଣ୍ଡ ରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ବାର ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ। ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ।

ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ। ସେହିପରି ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି। ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୪୭ ଖଣ୍ଡ କାଠ ମହଜୁଦ ଅଛି। ଅବଶିଷ୍ଟ ୮୧୮ ଖଣ୍ଡ ପର୍ଯ୍ୟାୟ କ୍ରମେ ଅଣାଯିବାକୁ ଥିବାବେଳେ ଗତ ୨୦ ତାରିଖ ସନ୍ଧ୍ୟାରେ ତିନୋଟି ଟ୍ରକରେ ୮୩ ଖଣ୍ଡ ଧଉରା ଓ ଅସନ କାଠ ପୁରୀରେ ଆସି ପହଞ୍ଚିଛି। ସେଥିମଧ୍ୟରୁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯିବ।

Scroll to Top