Oscar 2026: ଓସ୍କାର ଦୌଡ଼ରୁ ବାଦ ପଡ଼ିଲା କରନ ଜୋହରଙ୍କ ସିନେମା‘ହୋମବାଉଣ୍ଡ’।ଜାନୁଆରୀ ୨୨ ତାରିଖ ସନ୍ଧ୍ୟାରେ, ‘ଏକାଡେମୀ ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେଜ୍’ପକ୍ଷରୁ ଜାରି କରାଯାଇଥିବା ୨୦୨୬ ଓସ୍କାର ତାଲିକାରେ ହୋମବାଉଣ୍ଡର ନାଁ ନାହିଁ।
Published By: Avinash – Prameya-News7 Bureau | January 22, 2026 08:35 PM
NEWS7
photo courtesy-indiatv
ମୁମ୍ବାଇ, Oscar 2026: ଓସ୍କାର ଦୌଡ଼ରୁ ବାଦ ପଡ଼ିଲା କରନ ଜୋହରଙ୍କ ସିନେମା‘ହୋମବାଉଣ୍ଡ’।ଜାନୁଆରୀ ୨୨ ତାରିଖ ସନ୍ଧ୍ୟାରେ, ‘ଏକାଡେମୀ ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେଜ୍’ପକ୍ଷରୁ ଜାରି କରାଯାଇଥିବା ୨୦୨୬ ଓସ୍କାର ତାଲିକାରେ ହୋମବାଉଣ୍ଡର ନାଁ ନାହିଁ ।ଏହା ପୂର୍ବରୁ ଏହି ଚଳଚ୍ଚିତ୍ରଟି ଅନ୍ତର୍ଜାତୀୟ ଫିଚର ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ୧୫ଟି ସିନେମା ମଧ୍ୟରେ ମନୋନୀତ ହୋଇଥିଲା। ଫଳରେ ଓସ୍କାର ପାଇଁ ଆଶା ଉଦଜୀବିତ ହୋଇଥିଲା। ହେଲେ ଏଥର ଭାରତୀୟ ସିନେମା ନିରାଶ ହୋଇଛି।
କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ “ହୋମବାଉଣ୍ଡ”ରେ ଈଶାନ ଖଟ୍ଟର,ବିଶାଲ ଜେଠୱା ଏବଂ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ସମୀକ୍ଷକଙ୍କ ପ୍ରଶଂସା ପାଇଥିଲା। ଆନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗ ପାଇଁଯେଉଁ ୧୫ଟି ସିନେମାକୁ ବଛା ଯାଇଥିଲା, ନୋମିନେସନରେ ସେଥିମଧ୍ୟରୁ ୫ଟି ସିନେମାକୁ ସ୍ଥାନ ମିଳିଥିଲା।
ଆନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ସ୍ଥାନ ପାଇଥିବା ସିନେମାଗୁଡ଼ିକ ହେଲା-
ଦ ସିକ୍ରେଟ୍ ଏଜେଣ୍ଟ- ବ୍ରାଜିଲ
ଇଟ ୱାଜ ଜଷ୍ଟ ଆନ ଆକ୍ସିଡେଣ୍ଟ- ଫ୍ରାନ୍ସ
ସେଣ୍ଟିମେଣ୍ଟାଲ ଭାଲ୍ୟୁଜ୍-ନରୱେ
ସିରାତ-ସ୍ପେନ
ଭଏସ ଅଫ ହିନ୍ଦ ରଜବ- ଟ୍ୟୁନିସିଆ
ବିଜେତା କେବେ ଘୋଷଣା କରାଯିବ?
ଏକାଡେମୀ ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ୧୫ ମାର୍ଚ୍ଚରେ ବିଜେତାଙ୍କ ନାମ ଘୋଷଣା କରିବ। ସେହି ଦିନ କେଉଁ ଫିଲ୍ମ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ ପୁରସ୍କାର ଜିତିବ ତାହା ପ୍ରକାଶ ପାଇବ। ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ଅଭିନେତ୍ରୀ ସମେତ ଅନ୍ୟାନ୍ୟ ଅନେକ ବର୍ଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ।