Revenue employees Protest: ସରକାରଙ୍କ ଚେତାବନୀକୁ ଫୁ

revenue-employees-protest:-ସରକାରଙ୍କ-ଚେତାବନୀକୁ-ଫୁ

ସରକାରଙ୍କ ଚେତାବନୀକୁ ଫୁ’ କରି ୪ ଦିନ ହେଲା ଆନ୍ଦୋଳନରେ ରାଜସ୍ବ ଅମଲା । ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ କରାଯିବ ବୋଲି ରାଜସ୍ବ ବିଭାଗର ତାଗିଦ ପରେ ବି ୪ ଦିନ ହେଲା ଜିଦରେ ଅଟଳ ଅମଲା ସଂଘ ।

ସରକାରଙ୍କ ଚେତାବନୀକୁ ଫୁ’ କରି ୪ ଦିନ ହେଲା ଆନ୍ଦୋଳନରେ ରାଜସ୍ବ ଅମଲା । ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ କରାଯିବ ବୋଲି ରାଜସ୍ବ ବିଭାଗର ତାଗିଦ ପରେ ବି ୪ ଦିନ ହେଲା ଜିଦରେ ଅଟଳ ଅମଲା ସଂଘ । ତାଗିଦକୁ ଭୃକ୍ଷେପ ନକରି ୧୦ ଦଫା ଦାବି ପୂରଣ ଦାବିରେ ଆଜି ବି ରାଜ୍ୟର ବିଭିନ୍ନ ରାଜସ୍ବ ବିଭାଗ କାର୍ଯ୍ୟାଳୟ ଆଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଅମଲା । ଫଳରେ ୪ ଦିନ ହେଲାଣି କାମ ଠପ୍ ହୋଇଯାଇଛି । ଜମିବାଡ଼ି ପଟ୍ଟା, ଇନକମ୍ ସାର୍ଟିଫିକେଟ୍ ହେଉ କି ଲିଗାଲ୍ ହେୟାର ସାର୍ଟିଫିକେଟ୍ ଭଳି ଜରୁରୀ ସେବା ପାଇ ନପାରି ନିରାଶରେ ଫେରୁଛନ୍ତି ସାଧାରଣ ଲୋକେ।

ରାଜସ୍ବଅମଲାଙ୍କ ମୂଳ ଦରମା ଲେଭଲ୍ ନାଇନ୍ କରିବା ସହ ସ୍ବାସ୍ଥ୍ୟ ବୀମା ୨୦ ଲକ୍ଷକୁ ବୃଦ୍ଧି, ୪ ବର୍ଷରେ ପଦୋନ୍ନତି, ନୂଆ ପେନସନ୍ ଯୋଜନା ରଦ୍ଦ କରି ପୁରୁଣା ପେନସନ୍ ଯୋଜନା ଲାଗୁ ଭଳି ୧୦ ଦଫା ଦାବିରେ ସୋମବାରଠୁ ରାଜସ୍ବ ଅମଲା ସଂଘ ସମୂହ ଛୁଟିରେ ଚାଲିଯାଇ ଆନ୍ଦୋଳନ ଚଳାଇଥିବାରୁ ଚିନ୍ତାରେ ସରକାର। ଆନ୍ଦୋଳନରତ ଅମଲାଙ୍କ ଛୁଟି ବାତିଲ ପାଇଁ ଜିଲ୍ଲାପାଳଙ୍କୁ ଚିଠି ପରେ ଗତକାଲି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ସରକାର।

ଆନ୍ଦୋଳନରୁ ଓହରିବାକୁ ଅପିଲ୍ କରିବା ସହ ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ। ଏଥିସହ କ୍ୟାଡର ପୁନର୍ଗଠନ ରାଜସ୍ବ ବିଭାଗ ଅଧୀନ ନୁହେଁ, ଏହା ଜିଏ ବିଭାଗକୁ ଯାଇଛି, ଅପେକ୍ଷା ନ କରି ଛୁଟିରେ ରହିଲେ ଏହା ମଞ୍ଜୁର ହେବ ନାହିଁ ବୋଲି ମନ୍ତ୍ରୀ ସଫା ଶୁଣାଇ ଦେଇଛନ୍ତି। ହେଲେ ସଂଘ କିନ୍ତୁ ନଛୋଡ଼ବନ୍ଦା। ନାଯ୍ୟଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ, କୌଣସି ପରିସ୍ଥିତିରେ ବି ହଟିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ଓଡ଼ିଶା ରାଜସ୍ବ ଅମଲା ସଂଘ ସଭାପତି।..

Also Read

  • Reported by:
  • Partha Sarathi nayak

ଓଟିଭି ହ୍ଵାଟ୍ସଅପ

Scroll to Top