ସୁଭଦ୍ରା ହିତାଧିକାରୀଙ୍କୁ ଆଜି ମିଳିବ ଟଙ୍କା, ଉପକୃତ ହେବେ ସାଢେ ୪ ଲକ୍ଷରୁ ଅଧିକ ହିତାଧିକାରୀ

ସୁଭଦ୍ରା-ହିତାଧିକାରୀଙ୍କୁ-ଆଜି-ମିଳିବ-ଟଙ୍କା,-ଉପକୃତ-ହେବେ-ସାଢେ-୪-ଲକ୍ଷରୁ-ଅଧିକ-ହିତାଧିକାରୀ

ସୁଭଦ୍ରା ହିତାଧିକାରୀଙ୍କୁ ଆଜି ମିଳିବ ଟଙ୍କା, ଉପକୃତ ହେବେ ସାଢେ ୪ ଲକ୍ଷରୁ ଅଧିକ ହିତାଧିକାରୀ

Published By: Prativa – Prameya-News7 Bureau | January 22, 2026 08:15 AM

NEWS7

Subhadra Scheme

ଭୁବନେଶ୍ୱର ୨୨/୦୧: ଆଜି ମିଳିବ ସୁଭଦ୍ରା ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ପୂର୍ବରୁ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି । ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ କରାଯାଇଛି ।

ସେମାନେ ବି ଏକା ବେଳକେ ପାଇବେ ଦୁଇଟି କିସ୍ତି । ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି । ୨୫୦କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା ଯୋଜନା’ ସମ୍ବନ୍ଧିତ କାର୍ଯ୍ୟକ୍ରମ ଭୁବନେଶ୍ୱର ଓୟୁଏଟି ଠାରେ ଅନୁଷ୍ଠିତ ହେବ । 

Scroll to Top