ଶ୍ରୀମନ୍ଦିରକୁ ବୋମା ଧମକ ଘଟଣା, ଧରାପଡ଼ିଲା ଅଭିଯୁକ୍ତ

ଶ୍ରୀମନ୍ଦିରକୁ-ବୋମା-ଧମକ-ଘଟଣା,-ଧରାପଡ଼ିଲା-ଅଭିଯୁକ୍ତ

ଶ୍ରୀମନ୍ଦିରକୁ ବୋମା ଧମକ ଘଟଣା, ଧରାପଡ଼ିଲା ଅଭିଯୁକ୍ତ

Published By: Chikun – Prameya-News7 Bureau | January 21, 2026 10:59 PM

NEWS7

Bomb threat incident at temple, accused caught by police.

ପୁରୀ: ପ୍ରେମରେ ବିଫଳ ହେବା ପରେ ବାଛିଥିଲେ ଭୁଲ୍ ବାଟ। ମହିଳାଙ୍କ ନାଁରେ ଫେକ୍ ଆଇଡି ଖୋଲି କରିଥିଲେ ପୋଷ୍ଟ। ତାହାବି ଏମିତି ସେମତି ପୋଷ୍ଟ ନୁହେଁ। ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ପୂର୍ଣ୍ଣ ପୋଷ୍ଟ। ହେଲେ ଏବେ ଧରାପଡ଼ିଲେ। ଆଉ ଧରାପଡ଼ିବା ପରେ ସତ ଜାଣି ସମସ୍ତେ ଚକିତ। ଗିରଫ ବ୍ୟକ୍ତି ହେଉଛନ୍ତି ପ୍ରତୀକ ମିଶ୍ର।

ସୂଚନା ଅନୁସାରେ, ମହିଳାଙ୍କୁ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ ପ୍ରତୀକ। ହେଲେ ଏଥିରେ ବିଫଳ ହେବାରୁ ଉକ୍ତ ମହିଳାଙ୍କ ନାଁରେ ଏକ ଆକାଉଣ୍ଟ କରି ଶ୍ରୀମନ୍ଦିରରେ ବୋମାମାଡ଼ କରିବା ଧମକ ପୋଷ୍ଟ କରିଥିଲେ। ଖାଲି ସେତିକି ନୁହେଁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଧମକ ଓ ଗ୍ରାଣ୍ଡ ସେଣ୍ଟରରେ ଗୁଳିମାଡ଼ ନେଇ ମଧ୍ୟ ପୋଷ୍ଟ କରିଥିଲେ।

ତେବେ ଏଘଟଣା ଜଣା ପଡ଼ିବା ପରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା କିଏ ଏବଂ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏଭଳି ଧମକପୂର୍ଣ୍ଣ ବାର୍ତ୍ତା ସୋସିଆଲ ମିଡିଆରେ ପୋଷ୍ଟ କରିଛି ?  ଏହା ସତ କି’ ମିଛ ତାହା ଜାଣିବାକୁ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସିଟି ଡିଏସପିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ଏଭଳି ଘଟଣା ପଛରେ କାହାର ହାତ ରହିଛି ସେନେଇ ତଦନ୍ତ ଜୋରଦାର କରାଯାଇଥିଲା।

Scroll to Top