ନୂଆଦିଲ୍ଲୀ ୧୩।୮: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍)ରୁ ନିଆଯାଇଥିବା ଏକ ବିସ୍ମୟକାରୀ ଛବି ଏବେ ବୈଜ୍ଞାନିକ ଓ ଆକାଶ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ‘ସ୍ପ୍ରାଇଟ୍ ବିଜୁଳି ବୋଲ୍ଟ’ର ଏହି ଛବିଟି ସବୁଠୁ ରହସ୍ୟମୟ ପାଣିପାଗ ଘଟଣାର ବିରଳ ଦୃଶ୍ୟ ବୟାନ କରୁଛି। ଏହି ଫଟୋଟି ସେତେବେଳେ ନିଆଯାଇଛି ଯେତେବେଳେ ଆଇଏସଏସ ମେକ୍ସିକୋ ଓ ଯୁକ୍ତରାଷ୍ଟ୍ର ଆମେରିକା ଉପ ଦେଇ ଗତି କରୁଥିଲା।
ଏଥିରେ ଏକ ଉଜ୍ୱଳ ଲାଲ ଆଲୋକ ଦେଖାଯାଉଛି ଯାହାକୁ ସ୍ପ୍ରାଇଟ୍ କୁହାଯାଏ। ଏହା ଏକ ଘୂର୍ଣ୍ଣିବଳୟର ଉପର ବାୟୁମଣ୍ଡଳକୁ ଆଲୋକିତ କରିଥିଲା। ଏହି ଛବିକୁ ମହାକାଶଚାରୀ ନିକୋଲ ଏୟର୍ସ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ ‘ମୁଁ ଏଇ ସ୍ପ୍ରାଇଟ କୁ ଦେଖିଲି’। ସ୍ପ୍ରାଇଟ ବିଜୁଳି ଭଳି ଏକ ପ୍ରକାର କ୍ଷଣିକ ଚମକଦାର ଘଟଣା ଟ୍ରାନସିଏଟ୍ ଲୁମିନସ ଇଭେଣ୍ଟ (ଟିଏଲଇଏସ) ହୋଇଥାଏ।
ଏହା ଏକ ଉଜ୍ୱଳ ରହସ୍ୟମୟୀ ଚମକ ଯାହା ଘଡ଼ଘଡ଼ି ବାଦଲ ଉପରେ ହୋଇଥାଏ। ମାଟିରେ ହେଉଥିବା ବଜ୍ରପାତର ଏହା ବିପରୀତ ହୋଇଥାଏ, ଯାହା ପ୍ରାୟତଃ ଲାଲ, ଜେଲିଫିସ୍ ଆକରର ସ୍ତମ୍ବ ରୂପେ ଦେଖାଯାଇଥାଏ। ଏହା ତଳ ପଟକୁ ଝଡତୋଫାନ ଓ ବଜ୍ରପାତର ତୀବ୍ର ଗତିବିଦ୍ଧି କାଳରେ ହୋଇଥାଏ। ଏପରି ପ୍ରାକୃତିକ ଗତିବିଦ୍ଧିର ଛବି ଉତ୍ତୋଳନ ପୃଥିବୀରୁ ପ୍ରାୟତଃ ଅସମ୍ଭବ ହୋଇଥାଏ, ତେବେ ମହାକାଶ କେନ୍ଦ୍ରର ସୁବିଧାଜନକ ସ୍ଥାନରୁ ଏହି କ୍ଷଣ ଭଙ୍ଗୁର ଘଟଣାର ସ୍ପଷ୍ଟ ଓ ଅବାଧିତ ଦୃଶ୍ୟ ମିଳିଥାଏ।
ଏହି ଫଟୋଚିତ୍ର ବାୟୁ ମଣ୍ଡଳୀୟ ଗବେଷକଙ୍କ ମଧ୍ୟରେ ଏବେ ଆକର୍ଷଣର କେନ୍ଦ୍ର ପାଲଟିଛି। ପୃଥିବୀରେ ହେଉଥିବା ବଜ୍ରପାତରେ ସ୍ପ୍ରାଇଟସ୍ ଏବେବି ବିଜୁଳିର ଖୁବ୍ କମ ବୁଝାପଡୁଥିବା ପ୍ରକାର ମଧ୍ୟରୁ ଗୋଟିଏ ଓ ଏପରି ଛବି ବୈଜ୍ଞାନିକମାନଙ୍କୁ ଏହା କିପରି ତିଆରି ହେଉଛି ଓ ପୃଥିବୀର ଉପର ବାୟୁମଣ୍ଡଳରେ ଏହାର ଭୂମିକା କ’ଣ? ବୁଝାଇବାରେ ବେଶ ସହାୟକ ହେଉଛି। କିଛି ବର୍ଷ ପୂର୍ବେ ହିମାଳୟ ପାହାଡ଼ ଉପରେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଥିଲା। ସୌକିନ ଫଟୋଗ୍ରାଫର ତୀବ୍ବତ ମାଳ ଭୂମିରୁ କ୍ୟମେରାରେ ଏହାକୁ ଆବଦ୍ଧ କରିଥିଲେ। ନିକଟରେ ପ୍ରକାଶିତ ଏକ ଗବେଷଣା ପତ୍ରରେ ଏହି ଘଟଣାର ବିସ୍ତୃତ ସୂଚନା ଦିଆଯାଇଥିଲା।
ଏଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଏହି ସ୍ପ୍ରାଇଟସ୍ ବାଦଲରୁ ହେଉଥିବା ଶକ୍ତିଶାଳୀ ବଜ୍ରପାତ ଯୋଗୁ ସୃଷ୍ଟି ହୁଏ। ତେବେ ଏୟର୍ସଙ୍କ ଫଟୋ ଏକ ବିଶାଳ ଘୂର୍ଣ୍ଣିବାତ୍ୟାରୁ ଆସିଛି, ଯାହାକୁ ମେସୋସ୍କେଲ କନଭେକ୍ଟିଭ କମ୍ପ୍ଲେକ୍ସ କୁହାଯାଏ। ଏହି ଘୂର୍ଣ୍ଣିବାତ୍ୟା ଗାଙ୍ଗେୟ ସମତଳ ଅଞ୍ଚଳରୁ ତୀବ୍ବତ ମାଳଭୂମି ପର୍ଯ୍ୟନ୍ତ ୨ ଲକ୍ଷ କିଲୋମିଟର ଉପରେ ବ୍ୟାପ୍ତ ଥିଲା। ମହାକାଶ ଆଧାରିତ ଅବଲୋକନ ଏବେ ସାଧାରଣ ଘଟଣାରେ ପରିଣତ ହୋଇଥିବା ବେଳେ ଏଥିରୁ ବିଶେଷଜ୍ଞ ଆଗାମୀ ସମୟରେ ଏପରି ଆହୁରି ଅଧିକ ଛବି ପୃଥିବୀର ନାଟକୀୟ ପାଣିପାଗ ଘଟଣା ଉପରେ ଆଲୋକପାତ କରିବ ବୋଲି ଆଶା ପୋଷଣ କରୁଛନ୍ତି।




