China: ବସିବ ବଡ଼ ବୈଠକ, ନିଆଯିବ ବଡ଼ ନିଷ୍ପତ୍ତି…. ଭାରତ ଆସିବେ ଚୀନ ବୈଦେଶୀକ ମନ୍ତ୍ରୀ…

china:-ବସିବ-ବଡ଼-ବୈଠକ,-ନିଆଯିବ-ବଡ଼-ନିଷ୍ପତ୍ତି….-ଭାରତ-ଆସିବେ-ଚୀନ-ବୈଦେଶୀକ-ମନ୍ତ୍ରୀ…

ଏହି ମାସର ଶେଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତ କରିବେ। ସେ ଶାଙ୍ଘାଇ କୋ-ଅପରେସନ ଅର୍ଗାନାଇଜେସନ (ଏସସିଓ) ସମ୍ମିଳନୀ ପାଇଁ ଚୀନ ଯିବେ। ସେଠାରେ ସେ ଚୀନର ରାଷ୍ଟ୍ରପତି ଶୀ ଜିନପିଙ୍ଗଙ୍କୁ ମଧ୍ୟ ଭେଟିବେ। ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ କଜାନରେ ୧୬ତମ ବ୍ରିକ୍ସ ଶିଖର ସମ୍ମିନଳୀ ସମୟରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଥିଲେ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ୫୦ ପ୍ରତିଶତ ଟାରିଫ ଲଗାଯିବା ପରେ ଚୀନ ଏବଂ ଭାରତ ମଧ୍ୟରେ ସଂପର୍କ କିଛି ଅଲଗା ହେଉଛି । ରିପୋର୍ଟ ଅନୁସାରେ ଚୀନର ବୈଦେଶିକ ମନ୍ତ୍ରୀ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବା ପାଇଁ ଭାରତ ଆସୁଛନ୍ତି। ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟି ଆଗାମୀ ସପ୍ତାହରେ ଭାରତ ଆସିବେ। ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ।

ସମ୍ପର୍କ ସୁଧାରିବା ପାଇଁ ପ୍ରୟାସ

ଓ୍ଵାଙ୍ଗ ଏବଂ ଡୋଭାଲ ଉଭୟେ ଦୁଇ ଦେଶର ସ୍ବତନ୍ତ୍ର ପ୍ରତିନିଧି ଅଟନ୍ତି, ଯେଉଁମାନେ ସୀମା ବିବାଦ ସମ୍ବନ୍ଧୀୟ ଆଲୋଚନାର ନେତୃତ୍ୱ ନେଇଥାନ୍ତି। ଏହି ଘଟଣାକ୍ରମ ଏପରି ସମୟରେ ଘଟୁଛି ଯେତେବେଳେ ଭାରତ ଏବଂ ଚୀନ ଲଗାତାର କିଛି ଦିନ ହେବ

Also Read

ସେମାନଙ୍କ ସମ୍ପର୍କକୁ ସୁଧାରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ବର୍ଷ ଭାରତ ଏବଂ ଚୀନ ଲଦାଖରେ ଗତିରୋଧର ଆଂଶିକ ସମାଧାନ ପାଇଁ ଏକ ବୁଝାମଣାରେ ପହଞ୍ଚିଥିଲେ। ଏହି ବର୍ଷର ଆରମ୍ଭରେ ଚୀନ କୈଲାସ-ମାନସରୋବର ଯାତ୍ରା ପୁନର୍ବାର ଆରମ୍ଭ କରିଥିଲା ଏବଂ ଭାରତ ଚୀନ ପର୍ଯ୍ୟଟକମାନଙ୍କୁ ପୁନର୍ବାର ଭିସା ପ୍ରଦାନ ଆରମ୍ଭ କରିଥିଲା।

ପିଏମ ମୋଦୀ ଯିବେ ଚୀନ

ଏହି ମାସର ଶେଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତ କରିବେ। ସେ ଶାଙ୍ଘାଇ କୋ-ଅପରେସନ ଅର୍ଗାନାଇଜେସନ (ଏସସିଓ) ସମ୍ମିଳନୀ ପାଇଁ ଚୀନ ଯିବେ। ସେଠାରେ ସେ ଚୀନର ରାଷ୍ଟ୍ରପତି ଶୀ ଜିନପିଙ୍ଗଙ୍କୁ ମଧ୍ୟ ଭେଟିବେ। ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ କଜାନରେ ୧୬ତମ ବ୍ରିକ୍ସ ଶିଖର ସମ୍ମିନଳୀ ସମୟରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଥିଲେ।

ସିଧାସଳଖ ଚାଲିବ ବିମାନ

୨୦୨୦ ମସିହାରୁ ଉଭୟ ଦେଶ ମଧ୍ୟରେ ଫ୍ଲାଇଟ ସର୍ଭିସ ବନ୍ଦ ରହିଛି। କୋଭିଡ-୧୯ ମହାମାରୀ କାରଣରୁ ଫ୍ଲାଇଟଗୁଡ଼ିକୁ ସ୍ଥଗିତ କରାଯାଇଥିଲା। ଏକ ରିପୋର୍ଟ ଅନୁସାରେ, ଭାରତ ଓ ଚୀନ ମଧ୍ୟରେ ଉନ୍ନତ ହେଉଥିବା ସମ୍ପର୍କର ଆଉ ଏକ ସଙ୍କେତ ଭାବେ ଆଗାମୀ ମାସର ଆରମ୍ଭରେ ସିଧାସଳଖ ଯାତ୍ରୀ ଉଡ଼ାଣ ଆରମ୍ଭ ହେବ ।

ଡୋଭାଲ ଓ ଓ୍ଵାଙ୍ଗ ୟିଙ୍କ ମଧ୍ୟରେ ଭାରତରେ ବୈଠକ ଏପରି ସମୟରେ ହେଉଛି ଯେତେବେଳେ ଚୀନ ଓ ରୁଷିଆ ସହିତ ଭାରତର ସମ୍ପର୍କରେ ପରିବର୍ତ୍ତନ ଆସୁଛି। ଏହା ସହିତ ଟାରିଫ ନେଇ ଆମେରିକା ସହିତ ଭାରତର ସମ୍ପର୍କ ମଧ୍ୟ ଖରାପ ହୋଇଛି। ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି। ଟ୍ରମ୍ପ ୩୧ ଜୁଲାଇରେ ୨୫ ପ୍ରତିଶତ ଟାରିଫ ଘୋଷଣା କରିଥିଲେ ଏବଂ ତା’ପରେ ୬ ଅଗଷ୍ଟରେ ରୁଷିଆରୁ ତେଲ କ୍ରୟ ନେଇ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲଗାଇବାର ଘୋଷଣା କରିଥିଲେ।

ଓଟିଭି ହ୍ଵାଟ୍ସଅପ

Scroll to Top