ମହଙ୍ଗା ପଡିଲା ବିଦେଶ ବୁଲା : ୩ କୃଷି ସେବା ସମବାୟ ସମିତିର ପ୍ୟାକ୍ସ ସମ୍ପାଦକ ନିଲମ୍ବିତ

ମହଙ୍ଗା-ପଡିଲା-ବିଦେଶ-ବୁଲା-:-୩-କୃଷି-ସେବା-ସମବାୟ-ସମିତିର-ପ୍ୟାକ୍ସ-ସମ୍ପାଦକ-ନିଲମ୍ବିତ

ମହଙ୍ଗା ପଡିଲା ବିଦେଶ ବୁଲା : ୩ କୃଷି ସେବା ସମବାୟ ସମିତିର ପ୍ୟାକ୍ସ ସମ୍ପାଦକ ନିଲମ୍ବିତ

Published By : Prameya-News7 Bureau | August 13, 2025 IST

ବିନିକା ୧୩।୮: ମହଙ୍ଗା ପଡିଲା ବିଦେଶ ବୁଲା । ନିଲମ୍ବିତ ହେଲେ ତିନି ଗୋଟି କୃଷିସେବା ସମବାୟ ସମିତିର ପ୍ୟାକ୍ସ ସମ୍ପାଦକ ।ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଲଛିପୁର, ରେଙ୍ଗାଲି ଓ ମୟୁରଉଡାନ ପ୍ରାଥମିକ କୃଷି ସେବା ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ କଲେ ଏଆରସିଏସ । ଲଛିପୁରର ସମ୍ପାଦକ ମଞ୍ଜୟ ଧରୁଆ, ମୟୁରଉଡାନର ଧନେଶ୍ୱର ସାହୁ ଓ ରେଙ୍ଗାଲିର ଅରୁଣ ପୁଜାରୀଙ୍କୁ ନିଲମ୍ବିତ କରାଯାଇଛି । 

ବର୍ତ୍ତମାନ ଖରିଫ ୨୦୨୫-୨୬ ପାଇଁ ଚାଷୀ ପଞ୍ଜିକରଣ ଚାଲିଥିବା ବେଳେ ସଂପୃକ୍ତ ସମ୍ପାଦକ ମାନେ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ରହି ଥାଇଲାଣ୍ଡ ବୁଲୁଥିବା ଜଣାପଡିଛି । ସେମାନଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ମଧ୍ୟ ଛାଡ଼ିଥିବା ନଜିର ରହିଥିବା ବେଳେ ଏହାକୁ ନେଇ ଏଆରସିଏସ ପ୍ରଥମେ ସମବାୟ ସମିତିର ସଭାପତିଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି ମାଧ୍ୟମରେ ଜଣାଇଥିଲେ । ସଭାପତି କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଏଆରସିଏସ ତିନି ଜଣ ସମ୍ପାଦକଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ।

You Can Read:

ଥାନାରେ ଥାର୍ଡ ଡିଗ୍ରୀ ! ଥାନାକୁ ଯାଇଥିବା ଯୁବକଙ୍କୁ ମାଡ଼ ମାରି ପରିସ୍ରା ପିଆଇବାକୁ ଧମକ ଅଭିଯୋଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top