ଛୁଟି ଦିନ ଓ ରବିବାରରେ ହେବ ଚାଷୀ ପଞ୍ଜିକରଣ, ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଛୁଟି-ଦିନ-ଓ-ରବିବାରରେ-ହେବ-ଚାଷୀ-ପଞ୍ଜିକରଣ,-ସମବାୟ-ବିଭାଗ-ପକ୍ଷରୁ-ବିଜ୍ଞପ୍ତି-ପ୍ରକାଶ

ଛୁଟି ଦିନ ଓ ରବିବାରରେ ହେବ ଚାଷୀ ପଞ୍ଜିକରଣ, ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

Published By : Prameya-News7 Bureau | August 13, 2025 IST

ଭୁବନେଶ୍ବର ୧୩।୮: ଛୁଟି ଦିନରେ ହେବ ଚାଷୀ ପଞ୍ଜିକରଣ । ଟାର୍ଗେଟ୍ ପୂରଣ ନହେବାରୁ ଏଭଳି ନିଷ୍ପତ୍ତି ନେଇଛି ବିଭାଗ । ଛୁଟି ଦିନ ସହ ରବିବାରରେ ମଧ୍ୟ ଚାଷୀ ପଞ୍ଜିକରଣ କରାଯିବ । ଏ ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଛୁଟି ଦିନ ଓ ରବିବାରରେ ଅଫିସ୍ ଖୋଲିବାକୁ ସମବାୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସକାଳ ୮ରୁ ରାତି ୮ଟା ଯାଏଁ ଚାଷୀ ମାନଙ୍କର ପଞ୍ଜିକରଣ କରାଯିବ । ଅଗଷ୍ଟ ୨୦ ତାରିଖରେ ଖରିଫ ଚାଷୀ ପଞ୍ଜିକରଣ ଶେଷ ହେବାକୁ ଥିବା ବେଳେ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନେଇଛି ସମବାୟ ବିଭାଗ । ଏବେ ମଧ୍ୟ ଅନେକ ଚାଷୀ ପଞ୍ଜିକରଣ କରିନାହାନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏବେବି ଅନେକ ଜିଲ୍ଲାରେ ଚାଷୀ ପଞ୍ଜିକରଣ ନେଇ ୫୦ ପ୍ରତିଶତ ଟାର୍ଗେଟ୍ ପୂରଣ ହୋଇନାହିଁ । ଏପର୍ଯ୍ୟନ୍ତ ୧୧ ଲକ୍ଷ ୩୦ ହଜାର ୧୨୮ ଚାଷୀ ପଞ୍ଜୀକୃତ କରିଛନ୍ତି । ଗତବର୍ଷ ୧୭ ଲକ୍ଷ ୭୨ ହଜାର ୩୪୭ ଚାଷୀ ପଞ୍ଜିକରଣ କରିଥିଲେ । 

You Can Read:

ଓଟିଇଟି କେଳେଙ୍କାରୀ ଗୁମର ଖୋଲିଲେ ଦୁଇ ଅଭିଯୁକ୍ତ, ପେନ୍‌ଡ୍ରାଇଭରେ କଟକରୁ ନୟାଗଡ଼କୁ ନେଇଥିଲେ ପ୍ରଶ୍ନପତ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top