ଘରୋଇ ମେସରେ ଯୁକ୍ତ ୩ଛାତ୍ରୀ ଆତ୍ମହତ୍ୟା ; ପୁରୁଷ ବନ୍ଧୁ ଥାନାରେ ଅଟକ, ମୃତ୍ୟୁ ପାଇଁ ଦାୟୀ କିଏ ?

ଘରୋଇ-ମେସରେ-ଯୁକ୍ତ-୩ଛାତ୍ରୀ-ଆତ୍ମହତ୍ୟା-;-ପୁରୁଷ-ବନ୍ଧୁ-ଥାନାରେ-ଅଟକ,-ମୃତ୍ୟୁ-ପାଇଁ-ଦାୟୀ-କିଏ-?

ଘରୋଇ ମେସରେ ଯୁକ୍ତ ୩ଛାତ୍ରୀ ଆତ୍ମହତ୍ୟା ; ପୁରୁଷ ବନ୍ଧୁ ଥାନାରେ ଅଟକ, ମୃତ୍ୟୁ ପାଇଁ ଦାୟୀ କିଏ ?

Published By : Prameya-News7 Bureau | August 13, 2025 IST

ଭଦ୍ରକ : ଭଦ୍ରକ କଲେଜ ନିକଟ ଏକ ଘରୋଇ ମେସରେ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀ ଆତ୍ମହତ୍ୟା ଘଟଣାର ଖୋଲୁଛି ସସ୍ପେନ୍ସ । ଘଟଣା ପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ହେଇଛି । ପ୍ରାଥମିକ ଭାବେ ମୃତ ଛାତ୍ରୀ ଙ୍କ ମୋବାଇଲ୍ କଲ ଡିଟେଲସ ଓ ଫଟୋକୁ ତଦନ୍ତ କରିବା ବେଳେ ପୁରୁଷ ବନ୍ଧୁଙ୍କ ବିଷୟରେ ସୁରାକ ମିଳିବା ପରେ ପାଳିଆଠାରୁ ପୁରୁଷ ବନ୍ଧୁଙ୍କୁ ଉଠାଇ ଆଣିଛି ପୋଲିସ । ଭଦ୍ରକ ସହରାଞ୍ଚଳ ପୋଲିସ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି । 

ଅନ୍ୟପଟେ ମୃତ ଛାତ୍ରୀଙ୍କ ବାପା ଓ ସମ୍ପର୍କୀୟ ଭଦ୍ରକ ଏସପି ମନୋଜ ରାଉତଙ୍କୁ ଭେଟିଛନ୍ତି । ଆଲୋଚନା ପରେ କହିଛନ୍ତି ଯେ ଆମେ ଖୁବ୍ ଶୀଘ୍ର ଏତଲା ଦେବୁ । ଯେଉଁ ଯୁବକଙ୍କୁ ପୋଲିସ ଅଟକ ରଖିଚି ଝିଅ ମୃତ୍ୟୁ ପାଇଁ ସେ ହିଁ ଦାୟୀ । ଭଦ୍ରକ ଏସପି କହିଛନ୍ତି ଯେ ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ । 

ଭଦ୍ରକ ଏସପି ମନୋଜ ରାଉତ କହିଛନ୍ତି ଯେ ଅଟକ ଯୁବକଙ୍କ ମୋବାଇଲ୍ ଯାଞ୍ଚ ହୋଇଛି , କଲ ରେକର୍ଡକୁ ଅପେକ୍ଷା କରିଛୁ । ଜେରା ଚାଲିଛି ଓ ପରିବାର ଲୋକଙ୍କ ଅଭିଯୋଗ କିମ୍ବା ଛାତ୍ରୀ ମୃତ୍ୟୁ ପାଇଁ ଦାୟୀ ଅନୁଭବ କଲେ କାର୍ଯ୍ୟନୁଷ୍ଠାନ ନିଶ୍ଚିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top