ଏହାର ଡିଏନଏ ପରୀକ୍ଷା ଏହାକୁ ଆହୁରି ରହସ୍ୟମୟ କରି ଦେଇଛି। ଯଦିଓ କିଛି ଲୋକ ଏହାକୁ ଫିଜି ମରମେଡ୍ ସହ ଯୋଡ଼ୁଛନ୍ତି, ଅନ୍ୟମାନେ ଏହାକୁ ସାମୁଦ୍ରିକ ଜୀବ ବୋଲି କହୁଛନ୍ତି। ଏହି କଙ୍କାଳ ଜଣେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ତଟରେ ମିଳିଥିଲା, ଯେତେବେଳେ ସେ ମାଛ ଧରିବା ପାଇଁ ଜାଲ ବିଛାଉଥିଲେ।
ଜଳପରୀର ନାମ ତ ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ କେବେ ଦେଖିନଥିବେ, କାରଣ ଏହା ଆମକୁ କେବଳ କାହାଣୀ ପରି ଲାଗେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଳପରୀର କଙ୍କାଳ ମିଳିଥିବାର ଦାବି କରାଯାଉଛି।
ବୈଜ୍ଞାନିକମାନଙ୍କ ହାତରେ ଲାଗିଥିବା ଏହି କଙ୍କାଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହା ଏକ ମିଟର ଲମ୍ବା ମାଛ ମାନବ ରୂପୀ କଙ୍କାଳ, ଯାହା ଦେଖିବାକୁ ଜଳପରୀର ଆକୃତି ପରି। ଏହାର ଆଗ ଭାଗ ମାନବ ଏବଂ ପଛ ଭାଗ ମାଛ ପରି, ଠିକ୍ ଯେମିତି ଆମେ ଫିଲ୍ମରେ ଜଳପରୀକୁ ଦେଖୁଛୁ।
ଏହାର ଡିଏନଏ ପରୀକ୍ଷା ଏହାକୁ ଆହୁରି ରହସ୍ୟମୟ କରି ଦେଇଛି। ଯଦିଓ କିଛି ଲୋକ ଏହାକୁ ଫିଜି ମରମେଡ୍ ସହ ଯୋଡ଼ୁଛନ୍ତି, ଅନ୍ୟମାନେ ଏହାକୁ ସାମୁଦ୍ରିକ ଜୀବ ବୋଲି କହୁଛନ୍ତି। ଏହି କଙ୍କାଳ ଜଣେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ତଟରେ ମିଳିଥିଲା, ଯେତେବେଳେ ସେ ମାଛ ଧରିବା ପାଇଁ ଜାଲ ବିଛାଉଥିଲେ।
Also Read
ଏହି କଙ୍କାଳ ଦେଖି ମତ୍ସ୍ୟଜୀବୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି କଙ୍କାଳକୁ ତଦନ୍ତ ପାଇଁ ମରିନ ବାୟୋଲୋଜି ଲ୍ୟାବକୁ ପଠାଯାଇଛି, ଯେଉଁଠାରେ ଏହାର ଯାଞ୍ଚ ଚାଲିଛି। ଯାଞ୍ଚରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଏକ୍ସ-ରେ, ସିଟି ସ୍କାନ ଏବଂ ଡିଏନଏ ପରୀକ୍ଷାରେ ଏହା କୌଣସି ଜୀବିତ ପ୍ରାଣୀର ହାଡ଼ ବୋଲି ପ୍ରମାଣିତ ହୋଇଛି।
ବୈଜ୍ଞାନିକମାନେ କହୁଛନ୍ତି ଯେ ଏହା ଏକ ପ୍ରାକୃତିକ ବିବର୍ତ୍ତନ ହୋଇପାରେ । କେହି କେହି ଏହାକୁ ପ୍ରାଚୀନ ସାମୁଦ୍ରିକ ଜୀବର ଅବଶେଷ ବୋଲି ମନେ କରୁଛନ୍ତି। କୁହାଯାଉଛି ଯେ ଏହି କଙ୍କାଳ ୧୯ଶ ଶତାବ୍ଦୀର ଫିଜି ମରମେଡ୍ ସହ ମେଳ ଖାଉଛି। ଯାହାକୁ ଶୋମ୍ୟାନ ପିଟି ବର୍ନମ ୧୮୪୦ ଦଶକରେ ପ୍ରଦର୍ଶନ କରିଥିଲେ, ଯାହା ମାଛ, ବାନର ଏବଂ ସରୀସୃପର ଅଂଶମାନଙ୍କୁ ନେଇ ତିଆରି ହୋଇଥିଲା। ଏବେର ଅଧ୍ୟୟନରେ ଫିଜି ମରମେଡ୍କୁ ଭୁଲ ବୋଲି ପ୍ରମାଣିତ କରାଯାଇଛି। କୁହାଯାଇଛି ଯେ ଏହା କାଠର ଖୁଣ୍ଟ ଦ୍ୱାରା ତିଆରି ହୋଇଥିଲା।
ଅନ୍ୟପକ୍ଷରେ, ୟୁଫୋଲୋଜିଷ୍ଟ ଏବଂ କ୍ରିପ୍ଟୋଲୋଜିଷ୍ଟମାନେ କହୁଛନ୍ତି ଯେ ଏହି କଙ୍କାଳ ଜଳପରୀର ଶିଶୁ ହୋଇପାରେ। ଏମାନେ ଦାବି କରୁଛନ୍ତି ଯେ ଜଳପରୀ ପରି ଦେଖାଯାଉଥିବା ଏହି କଙ୍କାଳ ସମୁଦ୍ରର ଗଭୀର ତଳର ପ୍ରାଣୀ ହୋଇପାରେ। ଜାପାନୀମାନେ ଏହାକୁ ପୌରାଣିକ ‘ନିଙ୍ଗ୍ୟୋ’ ସହ ଯୋଡ଼ୁଛନ୍ତି।




