ନୂଆଦିଲ୍ଲୀ: କଂଗ୍ରେସ ଦ୍ୱାରା ଭୋଟ ଚୋରି ଅଭିଯୋଗ ଅଣାଯିବା ପରେ ଏବେ ବିଜେପି କାଉଣ୍ଟର୍ କରିବା ଆରମ୍ଭ କରିଛି । ମଙ୍ଗଳବାର ବିଜେପି ସାଂସଦ ଲହାର ସିଂହ ସିରୋୟା ଅଭିଯୋଗ କରିଥିଲେ ଯେ କଂଗ୍ରେସ ୨୦୧୮ରେ ବଦାମୀ ସିଟ୍ରେ ଭୋଟ କିଣିଥିଲା । କଂଗ୍ରେସ ନେତା ସିଦ୍ଦରମୈୟାଙ୍କ ପାଇଁ ୩୦୦୦ ଭୋଟ୍ କିଣାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ । ବୁଧବାର କଂଗ୍ରେସ ବିରୋଧରେ ଆଉ ଏକ ବଡ଼ ଅଭିଯୋଗ ଆଣି ବର୍ଷିଛି ବିଜେପି । ଶାସକ ଦଳ ଅଭିଯୋଗ କରିଛି ଯେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାରତର ନାଗରିକ ହେବା ପୂର୍ବରୁ ତାଙ୍କ ନାଁ ଭୋଟର ତାଲିକାରେ ସାମିଲ କରାଯାଇଥିଲା । ପାର୍ଟି ଦାବି କରିଛି ଯେ ୧୯୮୩ ମସିହାରେ ସୋନିଆ ଗାନ୍ଧୀ ଭାରତର ନାଗରିକ ହୋଇଥିଲେ, କିନ୍ତୁ ଏହାର ତିନି ବର୍ଷ ପୂର୍ବରୁ ୧୯୮୦ ନିର୍ବାଚନ ଭୋଟର ତାଲିକାରେ ସୋନିଆ ଗାନ୍ଧୀଙ୍କ ନାଁ ଥିଲା ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦାବି କରିଛନ୍ତି ଯେ ୧୯୪୬ରେ ଇଟାଲୀରେ ଜନ୍ମିତ ସୋନିଆ ଗାନ୍ଧୀ, ୧୯୬୮ରେ ରାହୁଲ ରାଜୀବ ଗାନ୍ଧୀଙ୍କୁ ବିବାହ କରି ଭାରତ ଆସିଥିଲେ । ଏହାପରେ ୧୯୮୦ ଲୋକସଭା ନିର୍ବାଚନ ପୂର୍ବରୁ ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରର ଭୋଟର ଲିଷ୍ଟରେ ନାଁ ପଞ୍ଜିକରଣ କରିଥିଲେ । ବିଜେପି ସାଂସଦ କହିଛନ୍ତି, ‘ଏହା ନିୟମର ଉଲ୍ଲଂଘନ ଥିଲା, କାରଣ ଭୋଟର ଲିଷ୍ଟରେ ଜଣେ ବ୍ୟକ୍ତିଙ୍କ ନାଁ ସେତେବେଳେ ସାମିଲ ହୋଇପାରିବ, ଯେତେବେଳେ ସେ ଭାରତର ନାଗରିକ ହୋଇଥିବେ ।’ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲଭିୟ ସୋସିଆଲ୍ ମିଡିଆରେ ୧୯୮୦ ମସିହାର ମତଦାନ ସୂଚୀର ସେହି ଅଂଶକୁ ସେୟାର କରିଛନ୍ତି ।
Sonia Gandhi’s tryst with India’s voters’ list is riddled with glaring violations of electoral law. This perhaps explains Rahul Gandhi’s fondness for regularising ineligible and illegal voters, and his opposition to the Special Intensive Revision (SIR).
Her name first appeared… pic.twitter.com/upl1LM8Xhl
— Amit Malviya (@amitmalviya) August 13, 2025
ଅମିତ୍ ମାଲଭିଆ ଲେଖିଛନ୍ତି, “ଭାରତର ଭୋଟର ତାଲିକା ସହିତ ସୋନିଆ ଗାନ୍ଧୀଙ୍କ ସମ୍ପର୍କ ନିର୍ବାଚନ ଆଇନର ସ୍ପଷ୍ଟ ଉଲ୍ଲଂଘନରେ ପରିପୂର୍ଣ୍ଣ । ଏହା ହୁଏତ ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟ ଏବଂ ଅବୈଧ ଭୋଟରଙ୍କୁ ନିୟମିତ କରିବା ପ୍ରତି ଆଗ୍ରହ ଏବଂ SIR ପ୍ରତି ତାଙ୍କର ବିରୋଧକୁ ଦର୍ଶାଉଛି ।” ମାଲଭିୟଙ୍କ ଦାବି ଅନୁସାରେ, ସୋନିଆ ଗାନ୍ଧୀଙ୍କ ନାଁକୁ ୧୯୮୦ ଜାନୁଆରୀ ୧ରେ ତାଲିକାରେ ସାମିଲ କରାଯାଇଥିଲା । ସେତେବେଳ ସେ ଇଟାଲୀର ନାଗରିକତ୍ୱ ରଖିଥିଲେ ଏବଂ ଗାନ୍ଧୀ ପରିବାର ସହ ସଫଦରଗଞ୍ଜ ରୋଡ୍ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସରେ ରହୁଥିଲେ । ପୋଲିଂ ଷ୍ଟେସନ୍ ୧୪୫ର କ୍ରମିକ ସଂଖ୍ୟା ୩୮୮ରେ ସୋନିଆଙ୍କ ନାଁ ରହିଥିଲା । ବିଜେପି ନେତା କହିଛନ୍ତି, ବିରୋଧ ପରେ ୧୯୮୨ରେ ସୋନିଆ ଗାନ୍ଧୀଙ୍କ ନାଁ ଭୋଟର ତାଲିକାରୁ ବାଦ ଦିଆଯାଇଥିଲା, କିନ୍ତୁ ୧୯୮୩ରେ ପୁଣି ଥରେ ସାମିଲ କରାଯାଇଥିଲା ।




