ଫିଲ୍ମ ନିର୍ଦ୍ଦେଶକଙ୍କୁ ପଚରାଯାଇଥିଲା ଯେ ‘ଗଦର’ର ସଫଳତା କ’ଣ ‘ଗଦର ୨’ ପାଇଁ ତାଙ୍କର ଆଶା ବଢ଼ାଇ ଦେଇଥିଲା? ସେ କହିଛନ୍ତି, “‘ଗଦର’ ଦର୍ଶକଙ୍କ ହୃଦୟରେ ବସି ଯାଇଥିଲା। ଗତ ୨୦ ବର୍ଷ ଧରି ସମସ୍ତେ ମୋତେ ପଚାରୁଥିଲେ କାହିଁକି ମୁଁ ‘ଗଦର ୨’ ନିର୍ମାଣ କରିନି।
ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର-୨’ ରିଲିଜ ହେବାର ଦୁଇ ବର୍ଷ ପୂରଣ ହୋଇଛି। ଏବେ ଏହାର ନିର୍ଦ୍ଦେଶକ ଅନିଲ ଶର୍ମା ଆଗାମୀ ଯୋଜନା ବିଷୟରେ ନିଜର ମତ ରଖିଛନ୍ତି।
sunny
ଅନିଲ ଶର୍ମା ଏକ ସାକ୍ଷାତକାରରେ କହିଛନ୍ତି ‘ଗଦର ୨’ର ସବୁଠାରୁ ଭଲ ଥିଲା ଯେ ପ୍ରଥମ ଭାଗରେ ପିଲାମାନଙ୍କୁ ଦେଖାଯାଇଥିବା ଉତ୍କର୍ଷ ଶର୍ମା ବଡ଼ ହୋଇ ସେହି ଭୂମିକାରେ ପୁଣି ନଜର ଆସିଥିଲେ।
Also Read
sunny
ସେ କହିଛନ୍ତି, “ବୋଧହୁଏ ଏହା ପ୍ରଥମ ଥର ଯେ ଜଣେ ପିଲାର ଚରିତ୍ର ନିଭାଇଥିବା କଳାକାର ବଡ଼ ହୋଇ ସେହି ଚରିତ୍ରକୁ ପୁଣି ନିଭାଇଛନ୍ତି।
sunny
ଫିଲ୍ମ ନିର୍ମାଣ ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା କାହାଣୀକୁ ପ୍ରଥମ ଭାଗରୁ ଆଗକୁ ନେବା। ଅନିଲ ଶର୍ମା କହିଛନ୍ତି, “କାହାଣୀକୁ ଆଗକୁ ନେବା ପାଇଁ ଆମକୁ ବେଶ୍ ସମୟ ଚିନ୍ତା କରିବାକୁ ପଡ଼ିଥିଲା। ଯେତେବେଳେ କାହାଣୀ ଠିକ୍ ଭାବେ ତିଆରି ହେଲା, ତେବେ ସେହି ଅପେକ୍ଷା ପ୍ରକୃତରେ ସଫଳ ହେଲା।
sunny
ଫିଲ୍ମ ନିର୍ଦ୍ଦେଶକଙ୍କୁ ପଚରାଯାଇଥିଲା ଯେ ‘ଗଦର’ର ସଫଳତା କ’ଣ ‘ଗଦର ୨’ ପାଇଁ ତାଙ୍କର ଆଶା ବଢ଼ାଇ ଦେଇଥିଲା? ସେ କହିଛନ୍ତି, “‘ଗଦର’ ଦର୍ଶକଙ୍କ ହୃଦୟରେ ବସି ଯାଇଥିଲା। ଗତ ୨୦ ବର୍ଷ ଧରି ସମସ୍ତେ ମୋତେ ପଚାରୁଥିଲେ କାହିଁକି ମୁଁ ‘ଗଦର ୨’ ନିର୍ମାଣ କରିନି।
sunny
ମୁଁ ଜାଣିଥିଲି ଯେ ଲୋକମାନେ ଏହି ଚରିତ୍ରମାନଙ୍କୁ ବହୁତ ଭଲ ପାଆନ୍ତି। ମୁଁ ଫିଲ୍ମର ସଫଳତା ଉପରେ ପୂର୍ଣ୍ଣ ଭରସା କରିଥିଲି। ଅସଲରେ, ମୁଁ ରିଲିଜ ପୂର୍ବରୁ ହିଁ କହିଥିଲି ଯେ ଏହି ଫିଲ୍ମ ୫୦୦ କୋଟି ଟଙ୍କା ରୋଜଗାର କରିବ।
sunny
ଧନ୍ୟବାଦ ଭଗବାନଙ୍କୁ ସେ ମୋ କଥା ଶୁଣିଲେ । ସେ କହିଛନ୍ତି ଗଦର ୩’ ଉପରେ କାମ ଆରମ୍ଭ ହୋଇଛି। କାହାଣୀ ଜାରି ରହିବ କାରଣ ଦର୍ଶକଙ୍କ ହୃଦୟରେ ଏହି କାହାଣୀ ଏବଂ ଚରିତ୍ରମାନଙ୍କର ଏକ ବିଶେଷ ସ୍ଥାନ ରହିଛି ।




