ଅମଲା ସଙ୍ଘକୁ ଚେତାବନୀ : ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନେବେ ସରକାର

ଅମଲା-ସଙ୍ଘକୁ-ଚେତାବନୀ-:-ଆନ୍ଦୋଳନରୁ-ନ-ଓହରିଲେ-ଆବଶ୍ୟକୀୟ-ପଦକ୍ଷେପ-ନେବେ-ସରକାର

ଭୁବନେଶ୍ବର ୧୩।୮: ଅମଲା ସଙ୍ଘକୁ ସମୂହ ଛୁଟିରୁ ଓହରିବାକୁ ଅପିଲ୍ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଆନ୍ଦୋଳନରୁ ନ ଓହରିଲେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, କାମ ନହେଲେ ଦରମା ବନ୍ଦ । ବସିକି ସମାଧାନ କଲେ ସମାଧାନ ବାହାରିବ । କଥାବାର୍ତ୍ତା ହୋଇଛି । କ୍ୟାଡର ପୂର୍ନଗଠନ କଥା ରାଜସ୍ବ ବିଭାଗ ଅଧୀନରେ ନୁହେଁ ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପାଖକୁ ପଠାଯାଇଛ । ଅପେକ୍ଷା ନକରି ସମୂହ ଛୁଟି ଗ୍ରହଣୀୟ ନୁହେଁ । ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଯାଇଛି ଛୁଟି ବାତିଲ ହେବ ଛୁଟି ମଞ୍ଜୁର ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୧ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଥିଲା ଓଡ଼ିଶା ରାଜସ୍ୱ ଅମଲା ସଂଘ । ଦାବି ପୂରଣ ନହେବାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ସଂଘ ଚେତାବନୀ ଦେଇଛି । ୧୦ ଦଫା ଦାବି ପୂରଣ ନେଇ ପୂର୍ବରୁ ବହୁଥର ସରକାରଙ୍କୁ ଅବଗତ କରାଯାଇଥିଲା । ତଥାପି ତାପରେ ବି କୌଣସି ସୁଫଳ ମିଳିନଥିଲା । ଯାହାକୁ ନେଇ ସମସ୍ତ ଅମଲାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅମଲା ସଂଘର ଦାବି ରହିଛି- ମୂଳ ଦରମା ଓଆରଏସପି- ୨୦୧୭ ନିୟମ ଅନୁଯାୟୀ ଲେବେଲ-୯କୁ ବୃଦ୍ଧି କରିବା, ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରିବା, ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା, ଓଡ଼ିଶା ରାଜସ୍ୱ ସେବା ପଦ୍ଧତିରେ ରାଜସ୍ବ ଅମଲାମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦେବା, ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସମେତ ଅନ୍ୟାନ୍ୟ ଦାବି ମଧ୍ୟ ରହିଛି ।

You Can Read:

କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ସେଫ୍ କ୍ୟାମ୍ପେନ୍ କରିବ ଉଚ୍ଚଶିକ୍ଷା ବିଭାଗ, ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ପଦକ୍ଷେପ

Scroll to Top