Monalisa:ମୋନାଲିସାଙ୍କ ଅନ୍ଦାଜ ନଦେଖିଲେ ଜାଣିପାରିବେନି, ଚତୁର୍ଥ ଫଟୋରେ ତ …

monalisa:ମୋନାଲିସାଙ୍କ-ଅନ୍ଦାଜ-ନଦେଖିଲେ-ଜାଣିପାରିବେନି,-ଚତୁର୍ଥ-ଫଟୋରେ-ତ-…

ଏବେ ମୋନାଲିସା କେବଳ ହିରୋଇନ ନୁହନ୍ତି, ବରଂ ମଡେଲ ମଧ୍ୟ। ଇନଷ୍ଟାଗ୍ରାମରେ ତାଙ୍କର ଅନେକ ଫଟୋ ଅଛି, ଯେଉଁଥିରେ ସେ ମଡେଲିଂ କରୁଥିବା ଦେଖାଯାଉଛନ୍ତି।

Manasranjan Mohanty

  • Published: Wednesday, 13 August 2025
  • Last updated: 13 August 2025, 03:41 PM IST

MonalisaCredit: OTV

Monalisa

ମୋନାଲିସା ଆଜି ଘରେ ଘରେ ପରିଚିତ । ମହାକୁମ୍ଭ ୨୦୨୫ରେ ଯଦି ପବିତ୍ର ବୁଡ଼ ପରେ ଯାହାର ସବୁଠାରୁ ଅଧିକ ଚର୍ଚ୍ଚା ହୋଇଛି, ସେ ହେଊଛନ୍ତି ମୋନାଲିସା। ମାଳ ବିକ୍ରି କରୁଥିବା ଏହି ଝିଅ ସୋସିଆଲ ମିଡିଆ ଯୋଗୁଁ ଏତେ ଲୋକପ୍ରିୟ ହୋଇଛନ୍ତି ଯେ, ତାଙ୍କ ଜୀବନ ହିଁ ବଦଳି ଯାଇଛି। ଭାଇରାଲ ଫଟୋ ଦେଖି ପ୍ରଭାବିତ ହୋଇ ଫିଲ୍ମ ନିର୍ମାତା ସନୋଜ ମିଶ୍ରା ତାଙ୍କୁ ନିଜ ଫିଲ୍ମରେ ସାଇନ କରିବା ପାଇଁ ତାଙ୍କ ଘରେ ପହଞ୍ଚି ଯାଇଥିଲେ। ଏଠାରୁ ହିଁ ମୋନାଲିସାଙ୍କ ଭଲ ଦିନର ଆରମ୍ଭ ହୋଇଥିଲା। କାରଣ ସେ ବୋଧହୁଏ କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ ଯେ ସେ ଫିଲ୍ମ ହିରୋଇନ ମଧ୍ୟ ହୋଇପାରିବେ।

ଏବେ ମୋନାଲିସା କେବଳ ହିରୋଇନ ନୁହନ୍ତି, ବରଂ ମଡେଲ ମଧ୍ୟ। ଇନଷ୍ଟାଗ୍ରାମରେ ତାଙ୍କର ଅନେକ ଫଟୋ ଅଛି, ଯେଉଁଥିରେ ସେ ମଡେଲିଂ କରୁଥିବା ଦେଖାଯାଉଛନ୍ତି। ମୋନାଲିସା ଏକ ଜୁଏଲାରୀ ବ୍ରାଣ୍ଡର ଶୁଟିଂ କରିଥିଲେ। ଏଥିରେ ମୋନାଲିସା ଏତେ ସୁନ୍ଦର ଦେଖାଯାଉଥିଲେ ଯେ ଲୋକମାନେ ତାଙ୍କୁ ଦୀପିକା ପାଦୁକୋନଙ୍କ ସହ ତୁଳନା କରିଥିଲେ। ମୋନାଲିସାଙ୍କୁ ସନୋଜ ମିଶ୍ରା ତାଙ୍କୁ ‘ଦ ଡାଏରୀଜ ଅଫ ମଣିପୁର’ ପାଇଁ ସାଇନ କରିଥିଲେ। ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି ଏବଂ ମୋନା ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ।

Also Read

ମୋନାଲିସା ନିଜ ଫିଲ୍ମ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପଢ଼ିବା-ଲେଖିବାର ତାଲିମ ନେଇଥିଲେ। ସନୋଜ ମିଶ୍ରା ଜାଣିଥିଲେ ଯେ ମୋନା ଏହି ଫିଲ୍ମୀ ଦୁନିଆରେ ସମ୍ପୂର୍ଣ୍ଣ ଅଜଣା। ତେଣୁ ପ୍ରଥମେ ସେ ମୋନାଲିସାଙ୍କୁ ପଢ଼ିବା-ଲେଖିବା ଏବଂ ନୃତ୍ୟର ତାଲିମ ଦେଇଥିଲେ। ମୋନାଲିସାଙ୍କ କାମରେ ଆପଣ ଏହି ତାଲିମର ପ୍ରଭାବ ଦେଖିପାରିବେ। ତାଙ୍କ ଫିଲ୍ମ ଆସିବା ପୂର୍ବରୁ ‘ସାଦଗୀ’ ନାମକ ଏକ ଗୀତ ମଧ୍ୟ ରିଲିଜ ହୋଇଥିଲା। ଏହି ଗୀତରେ ଧଳା ପୋଷାକରେ ମୋନାଲିସା କାହାଠାରୁ କମ ଦେଖାଯାଉ ନଥିଲେ।

ଓଟିଭି ହ୍ଵାଟ୍ସଅପ

Scroll to Top