କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ସେଫ୍ କ୍ୟାମ୍ପେନ୍ କରିବ ଉଚ୍ଚଶିକ୍ଷା ବିଭାଗ, ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ପଦକ୍ଷେପ

କଲେଜ-ଓ-ବିଶ୍ୱବିଦ୍ୟାଳୟ-କ୍ୟାମ୍ପସ୍‌ରେ-ସେଫ୍-କ୍ୟାମ୍ପେନ୍-କରିବ-ଉଚ୍ଚଶିକ୍ଷା-ବିଭାଗ,-ଯୁବପିଢ଼ିଙ୍କ-ମଧ୍ୟରେ-ଆତ୍ମହତ୍ୟା-ପ୍ରବଣତା-ରୋକିବାକୁ-ପଦକ୍ଷେପ

କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ସେଫ୍ କ୍ୟାମ୍ପେନ୍ କରିବ ଉଚ୍ଚଶିକ୍ଷା ବିଭାଗ, ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ପଦକ୍ଷେପ

Published By : Prameya-News7 Bureau | August 13, 2025 IST

ଭୁବନେଶ୍ବର ୧୩।୮: କ୍ୟାମ୍ପସ୍‌ରେ ସେଫ୍‌ କ୍ୟାମ୍ପେନ୍‌ କରିବ ଉଚ୍ଚଶିକ୍ଷା ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ସେଫ୍ କ୍ୟାମ୍ପେନ ସଚେତନତା ଶିବିର କରିବ ଉଚ୍ଚଶିକ୍ଷା ବିଭାଗ । 

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଶକ୍ତିଶ୍ରୀ ସ୍କିମ୍‌ରେ ସେଫ୍‌ କ୍ୟାମ୍ପେନ୍ ଭଳି କାର୍ଯ୍ୟକ୍ରମ କରିବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ କିପରି ଠିକ୍ ରହିବ ଓ କୌଣସି ପରିସ୍ଥିତିରେ ବି କେହି ଯେମିତି ଦୁର୍ଭାଗ୍ୟ ଜନକ ପଦକ୍ଷେପ ନନିଅନ୍ତି ଶକ୍ତିଶ୍ରୀ ଯୋଜନାରେ ପଦକ୍ଷେପ ନିଆଯାଇଛି । କ୍ୟାମ୍ପସରେ ସଚେତନତା ସହ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର । ଯଦି କେହି କୌଣସି ଘଟଣାକୁ ନେଇ ବ୍ୟସ୍ତ ବିବ୍ରତ ହେଉଛନ୍ତି ତାଙ୍କୁ ବୁଝେଇବାକୁ ପଡ଼ିବ । ତାଙ୍କ ଉଚିତ ଫୋରମ୍ ଅଛି ତାଙ୍କୁ ସେ ବିଷୟରେ ବୁଝାଇବାକୁ ପଡିବ । ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବାପା-ମା’ ଓ ଶିକ୍ଷକ ମାନଙ୍କୁ ଗୋଟେ ଅନୁକୂଳ ପରିବେଶ ସୃଷ୍ଟି କରାଯିବ ବୋଲି ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି । 

You Can Read:

ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା ହ୍ରାସ ପ୍ରସଙ୍ଗ : ସରକାରଙ୍କୁ ଘେରିଲେ ବିରୋଧୀ, ମନ୍ତ୍ରୀ କହିଲେ ଲୋକଙ୍କ ସୁବିଧା ପାଇଁ ଏହା କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top