ବିଜେବି ନଗରରେ ଥମୁନି ଜଣ୍ଡିସ୍ : ସ୍ଥିତି ସମୀକ୍ଷା କଲେ ବିଏମ୍‌ସି ମେୟର

ବିଜେବି-ନଗରରେ-ଥମୁନି-ଜଣ୍ଡିସ୍-:-ସ୍ଥିତି-ସମୀକ୍ଷା-କଲେ-ବିଏମ୍‌ସି-ମେୟର

ଭୁବନେଶ୍ୱର ୧୩/୦୮: ରାଜଧାନୀରେ ବଢୁଥିବା ଜଣ୍ଡିସ ନେଇ ପ୍ରତିକ୍ରିୟା ରଖିଲେ ବିଏମ୍‌ସି ମେୟର । ସେ କହିଛନ୍ତି ସବୁ କିଛି ଉପରେ ନଜର ରଖିଛି ବିଏମ୍‌ସି । ବିଶେଷ କରି ବଡଗଡ ସ୍ଥିତ ମହିସାଖାଲ ବସ୍ତିରେ ପ୍ରାଦୁର୍ଭାବ ଦେଖାଯାଉଛି । ସେଥିପାଇଁ ବିଏମ୍‌ସି ପକ୍ଷରୁ ସବୁ ପଦକ୍ଷେପ ନିଆଯାଇଛି । ଦୂଷିତ ପାଣି ପାଇଁ ଏପରି ଘଟିଥିବା କୁହାଯାଉଛି । 

ମଙ୍ଗଳବାର ବିଏମସି କମିଶନର ଯାଇ ସ୍ଥିତି ସମୀକ୍ଷା କରିଥିଲେ । ମିଟିଂ କରିବା ସହ ଘଟଣା ସ୍ଥଳକୁ ହେଲ୍‌ଥ ଟିମ୍ ପଠାଇ ଦିଆଯାଇଛି । ସେଠାର କର୍ପୋରେଟର ଏବଂ ହେଲ୍ଥ ଟିମ୍ ସଜାଗ ରହିଛନ୍ତି। ଯେଉଁଠି ଯେଉଁଠି ସୋର୍ସେସ ଆସୁଛି ୱାଟକୋ ସହ ଆଲୋଚନା କରି ପାଣି ଏବଂ ସେହି ଜାଗାକୁ ବିଶୋଧନ କରାଯାଉଛି । 

ପାଖରେ ଦୟା ୱେଷ୍ଟ କେନାଲ ପ୍ରଦୂଷଣ ହେଉଛି ତେଣୁ ସେହିପଟ ଦେଇ ଆସୁଥିବା ପାଣି ପ୍ରଦୂଷିତ ହେଉଛି । ସେହି ବିଷୟରେ ଯାଞ୍ଚ୍ ଚାଲିଛି । ଏବେ ସ୍ଥିତି ନିୟନ୍ତ୍ରଣ ରହିଥିବା ବେଳେ ଆଜି ନିଜେ ମେୟର ଘଟଣା ସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବାକୁ ସୂଚନା ଦେଇଛନ୍ତି । 

ସୂଚନା ଥାଉକି, ୱାର୍ଡ ନମ୍ବର ୫୬ ବିଜେବି ନଗର ମଇଁଷିଖାଲ ରାଜୀବ ଆବାସ ଯୋଜନାରେ ଥିବା ଆପାର୍ଟମେଣ୍ଟରେ ଜଣ୍ଡିସ୍ ବ୍ୟାପିଛି। ଏଠାରେ ସରକାରୀ ସୂଚନା ମୁତାବକ ୧୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବେସରକାରୀ ସଂଖ୍ୟା ୨୪ରୁ ଅଧିକ ହେବ ବୋଲି କୁହାଯାଉଛି। ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଗତକାଲି ବିଏମସି କମିଶନର ଚଞ୍ଚଳ ରାଣା ଘଟଣାସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । 

Scroll to Top