ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା; ରିକ୍ଟର ସ୍କେଲ୍ରେ ତୀବ୍ରତା ୬.୩, ନାହିଁ କ୍ଷୟକ୍ଷତିର ସୂଚନା
Published By : Prameya-News7 Bureau | August 13, 2025 IST

ନୂଆଦିଲ୍ଲୀ ୧୩।୦୮; ଇଣ୍ଡୋନେସିଆରେ ପୁଣି ଥରେ ଭୂକମ୍ପର ଝଟକା । ମଙ୍ଗଳବାର ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମାପ କରାଯାଇଥିଲା । ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହେବା ପରେ ଘରୁ ବାହାରୁ ଚାଲି ଆସିଥିଲେ। ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।
EQ of M: 6.3, On: 12/08/2025 13:54:27 IST, Lat: 2.09 S, Long: 138.81 E, Depth: 39 Km, Location: West Papua Indonesia.
For more information Download the BhooKamp App https://t.co/5gCOtjcVGs @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/J5yuonUG2a— National Center for Seismology (@NCS_Earthquake) August 12, 2025
ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୩୯ କିଲୋମିଟର ଗଭୀରତାରେ ଥିଲା। ପୂର୍ବରୁ, ଅଗଷ୍ଟ ୭ ତାରିଖରେ ଇଣ୍ଡୋନେସିଆରେ ଭୂମିକମ୍ପ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦୬ କିଲୋମିଟର ଗଭୀରତାରେ ଥିଲା।
ଇଣ୍ଡୋନେସିଆରେ ଭୂମିକମ୍ପ କାହିଁକି ହୁଏ?
ଇଣ୍ଡୋନେସିଆ ଅନେକ ଟେକ୍ଟୋନିକ୍ ପ୍ଲେଟ୍ ଉପରେ ଅବସ୍ଥିତ। ଏହି କାରଣରୁ ଏଠାରେ ବାରମ୍ବାର ଭୂମିକମ୍ପ ହୁଏ। ଇଣ୍ଡୋନେସିଆରେ ଭୂମିକମ୍ପ ପରେ, ଜ୍ୱାଳାମୁଖୀ ଉଦ୍ଗିରଣର ଆଶଙ୍କା ମଧ୍ୟ ବୃଦ୍ଧି ପାଏ।
ସମ୍ବନ୍ଧିତ ଖବର







