Migrant Workers: ଗାଁକୁ ଫେରୁଛି ତେଲେଙ୍ଗାନାରେ ମୃତ ୩ ଦାଦନଙ୍କ ମରଶରୀର

migrant-workers:-ଗାଁକୁ-ଫେରୁଛି-ତେଲେଙ୍ଗାନାରେ-ମୃତ-୩-ଦାଦନଙ୍କ-ମରଶରୀର

ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଓଡ଼ିଆ ଶ୍ରମିକଙ୍କ ମରଶରୀର ଆଜି ଗାଁରେ ପହଞ୍ଚିବ। ୩ ମୃତ ଶ୍ରମିକଙ୍କ ଘର ନବରଙ୍ଗପୁର ଜିଲ୍ଲାରେ।

Chinmayee Sahoo

  • Published: Wednesday, 13 August 2025
  • Last updated: 13 August 2025, 10:03 AM IST

Migrant WorkersCredit: OTV

ଦାଦନ

ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ବକଡାବେଡା ଗ୍ରାମର ୩ ଶମିକଙ୍କ ଓଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଶ୍ରମିକ ହୋଇ ଯାଇଥିଲେ କିନ୍ତୁ ଶବ ହୋଇ ଫେରିବା ଘଟଣା ଅତ୍ୟନ୍ତ ହୃଦୟବିଦାରକ। ତେଲେଙ୍ଗାନାରେ ଦୁର୍ଘଟଣାରେ ମୃତ ୩ ଓଡ଼ିଆ ଶ୍ରମିକଙ୍କ ମରଶରୀର ଆଜି ଗାଁରେ ପହଞ୍ଚିବ। ଜନ୍ମମାଟି ନବରଙ୍ଗପୁର ଜିଲ୍ଲା ଉମରକୋଟର ବକଡାବେଡ଼ା ଗାଁରେ ପହଞ୍ଚିବ।

୩ ଜଣଙ୍କର ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ। କେତେବେଳେ ପାର୍ଥିବ ଶରୀର ପହଞ୍ଚିବ ଅନାଇ ରହିଛନ୍ତି ପରିବାର, ସମ୍ପର୍କୀୟ ଓ ଗାଁ ଲୋକ। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ମୃତକମାନେ ହେଲେ ଜୟରାମ ଭତ୍ରା, ନାରାୟଣ ଭତ୍ରା ଓ ଚେତମନ ଭତ୍ରା। ୧୧ ଦିନ ତଳେ ଏହି ୩ ଜଣଙ୍କ ସମେତ ବକଡାବେଡା ଗାଁରୁ ୧୪ ଜଣ ଶ୍ରମିକ ଦାଦନ ଖଟିବାକୁ ଯାଇଥିଲେ।

ସେମାନେ ସୋମବାର ତେଲେଙ୍ଗାନା କିସାରା ଥାନା ସିକନ୍ଦର କମମ ଅଞ୍ଚଳରେ ରାସ୍ତା କଡ଼ରେ ଗଛ ଲଗାଉଥିବା କାମରେ ଲାଗିଥିବାବେଳେ ପଛ ପଟୁ ଏକ ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜୟରାମ ଭତ୍ରା, ନାରାୟଣ ଭତ୍ରା ଓ ଚେତମନ ଭତ୍ରାଙ୍କର ମୃତ୍ୟୁ ହୋଇଥିଲା। ତେଲେଙ୍ଗାନା ପୋଲିସ ୩ ଶ୍ରମିକଙ୍କ ମୃତଦେହ ବ୍ୟବଛେଦ କରି ଗତକାଲି ପରିବାର ଲୋକଙ୍କୁ ଖବର ଦେଇଥିଲା। ଏହି ଘଟଣା ବକଡାବେଡା ଗାଁରେ ଶୋକର ଛାୟା ଖେଳାଇ ଦେଇଛି।

Also Read

ଅଧିକ ପଢନ୍ତୁ: ଆତଙ୍କବାଦୀ ନାଁ ନେଇ ଧମକପୂର୍ଣ୍ଣ ବାର୍ତ୍ତା: ମନ୍ଦିରକୁ ଉଡାଇ ଦେବାକୁ ଧମକ

ଓଟିଭି ହ୍ଵାଟ୍ସଅପ

Scroll to Top