Mandir: ଆତଙ୍କବାଦୀ ନାଁ ନେଇ ଧମକପୂର୍ଣ୍ଣ ବାର୍ତ୍ତା: ମନ୍ଦିରକୁ ଉଡାଇ ଦେବାକୁ ଧମକ

mandir:-ଆତଙ୍କବାଦୀ-ନାଁ-ନେଇ-ଧମକପୂର୍ଣ୍ଣ-ବାର୍ତ୍ତା:-ମନ୍ଦିରକୁ-ଉଡାଇ-ଦେବାକୁ-ଧମକ

ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ମନ୍ଦିର ଉପରକୁ ଆତଙ୍କବାଦୀ ଆକ୍ରମଣ ନେଇ ଧମକପୂର୍ଣ୍ଣ ବାର୍ତ୍ତା ଉଲ୍ଲେଖ ରହିଛି। କେହି ଅସାମାଜିକ ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିବା ନେଇ ସନ୍ଦେହ କରାଯାଉଛି।

Chinmayee Sahoo

  • Published: Wednesday, 13 August 2025
  • Last updated: 13 August 2025, 10:04 AM IST

MandirCredit: OTV

Temple

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକପୂର୍ଣ୍ଣ ବାର୍ତ୍ତା । ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ । ଦୁଇଟି ସ୍ଥାନରେ କଡ଼ା ଚେତାବନୀ ଦେଇ ଏପରି କେହି କାନ୍ଥରେ ଲେଖିଛି। ଏହା ଭିତରେ ପିଏମ୍ ମୋଦିଙ୍କ ନାମ ମଧ୍ୟ ଲେଖାଯାଇଛି। ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ପରିକ୍ରମା ମାର୍ଗରେଏହି ଧମକପୂର୍ଣ ଲେଖା ଦେଖିବାକୁ ମିଳିଛି।

ବାଲିସାହି ପ୍ରବେଶ ପଥର ଠିକ୍ ତାହାଣ ପଟେ ଥିବା ବୁଢ଼ି ମା’ ଠାକୁରାଣୀଙ୍କ କାନ୍ଥରେ ଦୁଇଟି ସ୍ଥାନରେ କେହି ଅସାମାଜିକ ଏହି ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିବା ସନ୍ଦେହ କରାଯାଉଛି। ଗୋଟିଏ ପାର୍ଶ୍ବରେ ‘ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ ସାଙ୍ଗକୁ ଏକାଧିକ ଫୋନ୍ ନମ୍ବର ଓ ଏହା ପାର୍ଶ୍ବରେ ଫୋନ୍ କର ବୋଲି ଉଲ୍ଲେଖ ରହିଛି । କୁଳ ବୁଡ଼ିବ, ଆତଙ୍କବାଦୀ ପ୍ରଭୃତି ଲେଖାଯାଇଛି। ଏଠାରେ ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟକୁ ମଧ୍ୟ ଦୁର୍ବୃର୍ତ୍ତ ଭାଙ୍ଗି ଦେଇଛନ୍ତି l

ଏହି ସ୍ଥାନରେ ଏକାଧିକ ସିସିଟିଭି ଲାଗିଛି, ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ହେଲେ କିଏ ଆତଙ୍କବାଦୀଙ୍କ ନାମ ନେଇ ଏହି ଧମକପୂର୍ଣ୍ଣ ଲେଖା ଲେଖିଛି ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବାରମ୍ବାର ଗୃହ ମନ୍ତ୍ରାଳୟ ଏବଂ ଏନ୍ଏସ୍ଜି ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଥିବା ସମସ୍ତ ସିସିଟିଭି କାର୍ଯ୍ୟକ୍ଷମ ହୋଇନି । କେବଳ ଲୋକ ଦେଖାଣିଆ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚରେ ଏହାକୁ ଲଗାଯାଇଛି ବୋଲି ଅଭିଯୋଗ ହେଉଛି।

Also Read

ଅଧିକ ପଢନ୍ତୁ: ନାରୀ ସୁରକ୍ଷାକୁ ପ୍ରାଥମିକତା ଦେଇ ଆକ୍ସନ ମୋଡରେ ରହୁ ପୋଲିସ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଟିଭି ହ୍ଵାଟ୍ସଅପ

Scroll to Top