କେନ୍ଦ୍ରାପଡ଼ାର ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ସୋଆ ଏନ୍‌ଏସ୍‌ଏସ୍ ଦ୍ୱାରା ରିଲିଫ୍ ବଣ୍ଟନ

କେନ୍ଦ୍ରାପଡ଼ାର-ବନ୍ୟା-ପ୍ରପୀଡ଼ିତ-ଅଞ୍ଚଳରେ-ସୋଆ-ଏନ୍‌ଏସ୍‌ଏସ୍-ଦ୍ୱାରା-ରିଲିଫ୍-ବଣ୍ଟନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଏନ୍‌ଏସ୍‌ଏସ୍ ବ୍ୟୁରୋ ପକ୍ଷରୁ ବନ୍ୟା ପ୍ରପୀଡିତ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି । ବନ୍ୟା ପ୍ରପୀଡ଼ିତ ତରେଇପାଟଣା, ସିଦ୍ଧବାଲି ଓ ବାଲୁରିଆ ଆଦି ଅଂଚଳରେ ଲୋକଙ୍କ ମଧ୍ୟରେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ସମ୍ ନର୍ସିଂ କଲେଜର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଚୁଡ଼ା, ଗୁଡ଼, ଦିଆସିଲି, ମହମବତୀ, ସାନିଟାରୀ ପ୍ୟାଡ, ମଶା ଧୂପ ଆଦି ବଣ୍ଟନ କରାଯାଇଥିଲା । 

ଉକ୍ତ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମକୁ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ’ର ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅମ୍ବରୀଶ ମଙ୍ଗରାଜ ଓ ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍ କର୍ମଚାରୀ ରାଜ ଶେଖର ବେହେରା ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମ ଏନ୍‌ଏସ୍‌ଏସ୍‌ର ଉପଦେଷ୍ଟା ପ୍ରଫେସର ନଚିକେତା ଖମାରୀ ଶର୍ମା ଓ ପ୍ରୋଗ୍ରାମ୍ ସଂଯୋଜକ ଡ଼. କମଳ ଲୋଚନ ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସମ୍ପାଦିତ ହୋଇଥିଲା । ପ୍ରତିକୂଳ ପରିସ୍ଥିତିରେ ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଏଭଳି ଉଦ୍ୟମ ସାଧାରଣ ଜନମାନସରେ ପ୍ରଶଂସିତ ହେବା ସହ ଅନ୍ୟକୁ ପ୍ରେରଣା ମଧ୍ୟ ଯୋଗାଇଛି ।

Scroll to Top