ଗୁଣି ଗାରେଡ଼ି ସନ୍ଦେହ : ଯୁବତୀଙ୍କୁ ଉଲଗ୍ନ କରି ମାଡ଼ ସହ ନାବାଳିକାଙ୍କୁ ମଧ୍ୟ ମାଡ଼ ଅଭିଯୋଗ

ଗୁଣି-ଗାରେଡ଼ି-ସନ୍ଦେହ-:-ଯୁବତୀଙ୍କୁ-ଉଲଗ୍ନ-କରି-ମାଡ଼-ସହ-ନାବାଳିକାଙ୍କୁ-ମଧ୍ୟ-ମାଡ଼-ଅଭିଯୋଗ

ଗୁଣି ଗାରେଡ଼ି ସନ୍ଦେହ : ଯୁବତୀଙ୍କୁ ଉଲଗ୍ନ କରି ମାଡ଼ ସହ ନାବାଳିକାଙ୍କୁ ମଧ୍ୟ ମାଡ଼ ଅଭିଯୋଗ

Published By : Prameya-News7 Bureau | August 12, 2025 IST

ଯାଜପୁର ୧୨।୮: ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ପନ୍ତୁରୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଗୁଣି ଗାରେଡି ସନ୍ଦେହରେ ଯୁବତୀଙ୍କୁ ରାସ୍ତା ଉପରେ ଉଲଗ୍ନ କରି ମାଡ଼ ଅଭିଯୋଗ । 

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ହେବ ମା’ ମଙ୍ଗଳାଙ୍କ ନିକଟରେ ଗ୍ରାମର ଜଣେ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ  ବାବା ଓ ମାତା ହୋଇ ଲୋକଙ୍କୁ ଝଡ଼ାଫୁଙ୍କା କରିଥାନ୍ତି । ମଙ୍ଗଳବାର ଗ୍ରାମର ଜଣେ ମହିଳାଙ୍କ ଝିଅଙ୍କର କୌଣସି କାରଣରୁ ଦେହ ଭଲ ନଥିବାରୁ ପରିବାର ଲୋକେ ବାବାଙ୍କ ନିକଟକୁ ଝାଡ଼ିବାକୁ ଆଣିଥିଲେ । ତେବେ ସେଠାରେ ଅତି ଅମାନୁଷିକ ଭାବେ ଯୁବତୀକୁ ରାସ୍ତା ଉପରେ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏହା ଦେଖି ଯୁବତୀଙ୍କ ବାପା ପ୍ରତିବାଦ କରିବାରୁ ତାଙ୍କୁ ଏବଂ ଝାଡ଼ା ହେବାକୁ ଆସିଥିବା ଅନ୍ୟ ଜଣେ ନାବାଳିକାକଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏହା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏନେଇ ଗ୍ରାମବାସୀ ଜେନାପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଗାଁରେ ପହଞ୍ଚି ସମ୍ପୃକ୍ତ ବାବା, ମାତାଙ୍କ ସହ ଅନ୍ୟ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛନ୍ତି । ଏପଟେ ମାଡ଼ ଖାଇଥିବା ଯୁବତୀ, ନାବାଳିକା ଓ ତାଙ୍କ ବାପା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗାଁରେ ଚାଲିଥିବା ପୂଜାପାଠକୁ ବନ୍ଦ କରିବା ସହ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

You Can Read:

ଏଣିକି ବ୍ୟବହାର ହେବନି ‘ହରିଜନ’ ଶବ୍ଦ, ‘ଅନୁସୂଚିତ ଜାତି’ ବ୍ୟବହାର କରିବାକୁ ନିର୍ଦ୍ଦେଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top