ଫିରିଙ୍ଗିମାଲ ନାବାଳିକା ପୋଡ଼ି ଘଟଣାରେ ଟ୍ବିଷ୍ଟ୍, ପ୍ରେମ ସମ୍ପର୍କ ଥିବା ସନ୍ଦେହ କରୁଛନ୍ତି ସମ୍ପର୍କୀୟ

ଫିରିଙ୍ଗିମାଲ-ନାବାଳିକା-ପୋଡ଼ି-ଘଟଣାରେ-ଟ୍ବିଷ୍ଟ୍,-ପ୍ରେମ-ସମ୍ପର୍କ-ଥିବା-ସନ୍ଦେହ-କରୁଛନ୍ତି-ସମ୍ପର୍କୀୟ

ଫିରିଙ୍ଗିମାଲ ନାବାଳିକା ପୋଡ଼ି ଘଟଣାରେ ଟ୍ବିଷ୍ଟ୍, ପ୍ରେମ ସମ୍ପର୍କ ଥିବା ସନ୍ଦେହ କରୁଛନ୍ତି ସମ୍ପର୍କୀୟ

Published By : Prameya-News7 Bureau | August 12, 2025 IST

ପଦ୍ମପୁର ୧୨।୮: ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ ଫିରିଙ୍ଗିମାଲ ନାବାଳିକା ପୋଡ଼ି ଘଟଣା ଭିନ୍ନ ମୋଡ଼ ନେଉଛି । ନାବାଳିକାଙ୍କ ପରିବାର ଲୋକ ତାଙ୍କ ମୃତ୍ୟୁକୁ ନେଇ ଭିନ୍ନ ମତ ଦେଉଛନ୍ତି । ଏଭଳି ଘଟଣା ପ୍ରେମ ସମ୍ପର୍କ ପାଇଁ ଘଟିଥାଇପାରେ ବୋଲି ଆଶଙ୍କା କରିଛନ୍ତି ମୃତ ନାବାଳିକାଙ୍କ ମାମୁ ।  ସେ କହିଛନ୍ତି, କିଛି ଦିନ ପୂର୍ବରୁ ପୀଡିତା କୌଣସି ଏକ ପିଲା ସହ କଥାବାର୍ତ୍ତା ହେଉଥିଲେ । ଯାହା ପୀଡିତାଙ୍କ ଭାଇ ଜାଣିପାରି ଥିଲେ ।  ସେ ମୋବାଇଲ ପୋଲିସ ଜବତ କରିଛି । ସେଥିରେ କଲ୍ ରେକର୍ଡ ଥିବା ମଧ୍ୟ ସେ କହିଛନ୍ତି । ଏହାସହ ପୋଲିସ ଯେଉଁ ଘରୋଇ କଳହ କହୁଛି ତାହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ କୌଣସି ପାରିବାରିକ କଳହ ନଥିବା କହିଛନ୍ତି ମୃତକଙ୍କ ଭାଇ ।   

ସେପଟେ ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳର ଗୋଟିଏ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଠିକ୍ ଭାବରେ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ଗାଇସିଲେଟ୍ ଥାନା ଅନ୍ତର୍ଗତ ଫିରିଙ୍ଗିମାଲରେ ଜଣେ ନାବାଳିକା ନିଆଁ ଲଗାଇ ପୋଡ଼ି ହୋଇଯାଇଥିଲେ । ତାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

You Can Read:

ପାରିବାରିକ ବିବାଦରୁ ଯୁବକଙ୍କ ଆତ୍ମାହୁତି ଉଦ୍ୟମ, ସେପଟେ ଆତ୍ମାହୁତି ଧମକ ଦେଉଥିବା ପରିବାରକୁ ଉଠାଇନେଲା ପୋଲିସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top