ପାରିବାରିକ କଳହରୁ ନାବାଳିକା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ, ମୃତ୍ୟୁ ପୂର୍ବରୁ ରେକର୍ଡ ବୟାନର ଯାଞ୍ଚ

ପାରିବାରିକ-କଳହରୁ-ନାବାଳିକା-ଆତ୍ମହତ୍ୟା-କରିଥିବା-ପ୍ରାଥମିକ-ତଦନ୍ତରୁ-ସ୍ପଷ୍ଟ,-ମୃତ୍ୟୁ-ପୂର୍ବରୁ-ରେକର୍ଡ-ବୟାନର-ଯାଞ୍ଚ

ପାରିବାରିକ କଳହରୁ ନାବାଳିକା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ, ମୃତ୍ୟୁ ପୂର୍ବରୁ ରେକର୍ଡ ବୟାନର ଯାଞ୍ଚ

Published By : Prameya-News7 Bureau | August 12, 2025 IST

ସମ୍ବଲପୁର ୧୨।୮: ବରଗଡ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ ଅନ୍ତର୍ଗତ ଫିରିଙ୍ଗିମାଲରେ ଜଣେ ନାବାଳିକା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଘଟଣାରେ ପୋଲିସ ଖୋଜୁଛି ଆତ୍ମହତ୍ୟା ପଛର କାରଣ l ତେବେ ପାରିବାରିକ କଳହରୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି l ଏହି ଆତ୍ମହତ୍ୟା ପଛରେ ଆଉ କ’ଣ ରହସ୍ୟ ରହିଛି, ନା କିଏ ଆତ୍ମହତ୍ୟା ପାଇଁ ଉସକାଇଥିଲା, ନାବାଳିକାଙ୍କୁ ପେଟ୍ରୋଲ କିଏ ଯୋଗାଇଲା ଏଭଳି ଅନେକ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି l 

ଏହାସହ ଆଇଜିଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ବିଭାଗର ୬ଟି ତଦନ୍ତକାରୀ ଟିମ୍ ଏହି ଘଟଣାର ଛାନଭିନ କରୁଥିବା ନେଇ ସୂଚନା ରହିଛି l ନାବାଳିକାଙ୍କ ମୃତ୍ୟୁ ପୂର୍ବରୁ ପୋଲିସ ଭିଡିଓ ବୟାନ ରେକର୍ଡ କରିଛି l ନିଆଁ ଲାଗିବା ପରର ଏକ ଭାଇରାଲ ଭିଡିଓ ମଧ୍ୟ ପୋଲିସ ହାତରେ ଲାଗିଛି l ଯେଉଁଥିରେ ନାବାଳିକା ଜଣକ ସେ ଝିଅ ମୋତେ ଏମିତି ସେମିତି କହିଲା ବୋଲି ନାବାଳିକା କହୁଛନ୍ତି l ତାକୁ ମଧ୍ୟ ପୋଲିସ ଗମ୍ଭୀରତା ସହ ଯାଞ୍ଚ କରୁଛି l ଏହି ଘଟଣାରେ ପୋଲିସ ନାବାଳିକାଙ୍କ ମାମୁ ଝିଅ, ସମ୍ପର୍କୀୟ ଅଜା ଓ ଗାଁର ଜଣେ ତେଜରାତି ଦୋକାନୀଙ୍କୁ ପଚରା ଉଚରା କରୁଥିବା ବେଳେ ଏପର୍ଯ୍ୟନ୍ତ ଏହି ଘଟଣାରେ ପୋଲିସ କାହାକୁ ଅଟକ ରଖିନଥିବା ନେଇ ଆଇଜି ସୂଚନା ଦେଇଛନ୍ତି l 

You Can Read:

ଫିରିଙ୍ଗିମାଲ ନାବାଳିକା ପୋଡ଼ି ଘଟଣାରେ ଟ୍ବିଷ୍ଟ୍, ପ୍ରେମ ସମ୍ପର୍କ ଥିବା ସନ୍ଦେହ କରୁଛନ୍ତି ସମ୍ପର୍କୀୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top