Secretarial Meeting: ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

secretarial-meeting:-ଭଲ-ପ୍ରଦର୍ଶନ-ନଥିବା-ଅଧିକାରୀଙ୍କ-ଉପରେ-ନଜର-ରଖିବାକୁ-ନିର୍ଦ୍ଦେଶ

ସଚିବସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଫୋକସ। ସବୁ ବିବାଗୀୟ ଅଧିକାରୀ ଓ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଆଜି ଲୋକସେବା ଭବନରେ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୦ଟି ବିନ୍ଦୁ ଉପରେ ଫୋକସ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

Ramakrushna Dakua

  • Published: Tuesday, 12 August 2025
  • Last updated: 12 August 2025, 05:45 PM IST

Chief Secretary Issues Major Directives in Secretarial MeetingCredit: OTV

ସଚିବସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଫୋକସ। ସବୁ ବିବାଗୀୟ ଅଧିକାରୀ ଓ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ।

  ସଚିବସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଫୋକସ। ସବୁ ବିବାଗୀୟ ଅଧିକାରୀ ଓ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଆଜି ଲୋକସେବା ଭବନରେ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୦ଟି ବିନ୍ଦୁ ଉପରେ ଫୋକସ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏହି ନିର୍ଦ୍ଦେଶ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସୁଥିବା UI ନୋଟ୍ ର ତୁରନ୍ତ ଉତ୍ତର ସହ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଧାରିତ ସମୟରେ ଅଧିକାରୀମାନେ ଅଫିସ୍ ଆସିବା ଉପରେ ଗୁରୁତ୍ବ ଦେବେ। ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖାଯିବ। ସେମାନଙ୍କୁ ପ୍ରଦର୍ଶନରେ ସୁଧାର ଆଣିବାକୁ ସୁଯୋଗ ଦିଆଯିବ, ନହେଲେ VRS ପ୍ରଦାନ କରାଯିବ। ଜିଲ୍ଲାସ୍ତରୀୟ ସବୁ ସରକାରୀ ଅଫିସରେ ଲାଗିବ AI କ୍ୟାମେରା। ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ ।

ଅକ୍ଟୋବର ମାସରୁ ଆରମ୍ଭ ହେବ CM ଡାସବୋର୍ଡ। କେନ୍ଦ୍ରୀୟ ସ୍କିମକୁ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ। ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭୈଗ ସମୀକ୍ଷା କରିବେ। ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ବ ଦେବେ । ଅଫିସରଙ୍କୁ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

Also Read

  • Reported by:
  • SOUMYA RANJAN SAHOO

ଓଟିଭି ହ୍ଵାଟ୍ସଅପ

Scroll to Top