ନୂଆ ବିସ୍ଥାପନ ନୀତି ଅନୁସାରେ ଏଣିକି କୌଣସି କମ୍ପାନୀ କିମ୍ବା ପ୍ରକଳ୍ପ ପାଇଁ ଜମି ଆବଶ୍ୟକ ହେଲେ ସରକାର କାହା ଉପରେ କୌଣସି ନିଷ୍ପତ୍ତି ଥୋପି ଦେବେନି। ବରଂ ବିସ୍ଥାପିତଙ୍କ ଦାବି ଓ ସୁବିଧା ଅନୁସାରେ ସେମାନଙ୍କ ପାଇଁ ବିକଳ୍ପ ଦିଆଯିବ। ଜମି ବଦଳରେ ଜମି ବି ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ଚାହିଁଲେ କ୍ଷତିପୂରଣ ବଦଳରେ ପ୍ରକଳ୍ପରେ ଅଂଶୀଦାର ରହିପାରିବେ।
Credit: OTV
rehabilitation
ରାଜ୍ୟରେ ନୂଆ ସରକାର ଆଣିବେ ନୂଆ ବିସ୍ଥାପନ ଓ ଥଇଥାନ ନୀତି। ଯେଉଁଥିରେ ପ୍ରକଳ୍ପ ଜମିହରାଙ୍କୁ ମିଳିବ ବିକଳ୍ପ ସୁଯୋଗ। ଜମି ବଦଳରେ କ୍ଷତିପୂରଣ ଆଉ ଜମି ସହ ଯେଉଁ ପ୍ରକଳ୍ପ ପାଇଁ ଜମି ହରାଇବେ ସେହି ପ୍ରକଳ୍ପରେ ଅଂଶୀଦାର ରହିବାକୁ ବି ସୁଯୋଗ ଦେବେ ସରକାର। ବିସ୍ଥାପିତଙ୍କ ଦାବି ଓ ସୁବିଧା ଅନୁସାରେ ସେମାନଙ୍କ ପାଇଁ ବିକଳ୍ପ ଦିଆଯିବ। ସେହି ଆଧାରରେ ଆରମ୍ଭ ହୋଇଛି ନୂଆ ନୀତି ପ୍ରସ୍ତୁତି ପ୍ରକ୍ରିୟା। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
ନୂଆ ବିସ୍ଥାପନ ଓ ଥଇଥାନ ନୀତି ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଚଳିତବର୍ଷ ଏହି ନୀତି ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆ ବିସ୍ଥାପନ ନୀତି ଅନୁସାରେ ଏଣିକି କୌଣସି କମ୍ପାନୀ କିମ୍ବା ପ୍ରକଳ୍ପ ପାଇଁ ଜମି ଆବଶ୍ୟକ ହେଲେ ସରକାର କାହା ଉପରେ କୌଣସି ନିଷ୍ପତ୍ତି ଥୋପି ଦେବେନି। ବରଂ ବିସ୍ଥାପିତଙ୍କ ଦାବି ଓ ସୁବିଧା ଅନୁସାରେ ସେମାନଙ୍କ ପାଇଁ ବିକଳ୍ପ ଦିଆଯିବ। ଜମି ବଦଳରେ ଜମି ବି ଯୋଗାଇ ଦିଆଯିବ। କ୍ଷତିଗ୍ରସ୍ତ ଚାହିଁଲେ କ୍ଷତିପୂରଣ ବଦଳରେ ପ୍ରକଳ୍ପରେ ଅଂଶୀଦାର ରହିପାରିବେ। ପ୍ରକଳ୍ପରୁ ସେମାନେ ନେଇପାରିବେ ସମାନୁପାତିକ ଲାଭ। ଲୋକ ଯେଉଁ ବିକଳ୍ପ ଦେବେ ସେହି ଅନୁସାରେ ସରକାର ନିଷ୍ପତ୍ତି ନେବେ।
Also Read
ନୂଆ ନୀତିରେ ସରକାରଙ୍କ ଏଭଳି ପରିକଳ୍ପନାକୁ ସ୍ୱାଗତ କରିଛନ୍ତି ବିସ୍ଥାପିତ। କେବଳ ନୂଆ ନୁହେଁ କିଛି ପୁରୁଣା ପ୍ରକଳ୍ପକୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି। ସେମାନଙ୍କ କହିବା କଥା, ବର୍ଷ ବର୍ଷ ଧରି ପୁରୁଣା ନୀତିରେ ସମାଧାନ ହୋଇ ପାରୁନି କ୍ଷତିଗ୍ରସ୍ତଙ୍କ ସମସ୍ୟା। ଏମାନେ ହେଉଛନ୍ତି ନବରଙ୍ଗପୁର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ବିସ୍ଥାପିତ ଖାତିଗୁଡାର ସୁଧୀର ସୁନା ଓ ବ୍ରଜସୁନ୍ଦର ବିଷୋୟୀ। ପ୍ରକଳ୍ପ ପାଇଁ ଶହେ ଏକର ଜମି ହରାଇଥିଲେ ସୁଧୀର। ସରକାର ତାଙ୍କୁ ନୂଆ ଜମି ଯେଉଁଠି ଦେଇଛନ୍ତି ତାର ପଟ୍ଟା ହୋଇପାରୁନି। ସେହିପରି ୧୯୩ ଏକର ଜମି ହରାଇଥିବା ବ୍ରଜସୁନ୍ଦରଙ୍କ ଅଭିଯୋଗ କ୍ଷତିପୂରଣ ବାବଦକୁ ପାଇଛନ୍ତି ମାତ୍ର ଲକ୍ଷେ ୪୦ ହଜାର ଟଙ୍କା। ତେଣୁ ନୂଆ ନୀତିରେ ସେମାନଙ୍କୁ ବି ସାମିଲ କରିବାକୁ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ: ପୋଲିସ ନିର୍ଯାତନା ସହିନପାରି ଆତ୍ମହତ୍ୟା ! ପୋଲିସ ଏକତରଫା କରିଥିଲା ନ୍ୟାୟ
- Reported by:
- SOUMYA RANJAN SAHOO





