Expensive Divorce:‍ବଲିଉଡର ସବୁଠୁ ମହଙ୍ଗା ଡିଭୋର୍ସ, ସେଟଲମେଣ୍ଟ ହୋଇଥିଲା ୩୮୦ କୋଟିରେ

expensive-divorce:‍ବଲିଉଡର-ସବୁଠୁ-ମହଙ୍ଗା-ଡିଭୋର୍ସ,-ସେଟଲମେଣ୍ଟ-ହୋଇଥିଲା-୩୮୦-କୋଟିରେ

ଆଜି ଆମେ କୌଣସି ମହଙ୍ଗା ଜନ୍ମଦିନ ପାର୍ଟି କିମ୍ବା ବାହାଘରର କଥା ନୁହେଁ ବରଂ ଏକ ସୁପର ମହଙ୍ଗା ଛାଡ଼ପତ୍ରର କଥା କହୁଛୁ । ଛାଡ଼ପତ୍ର ସହ ଯେଉଁ ସେଟଲମେଣ୍ଟ ହୋଇଥିଲା, ତାହା ପ୍ରାୟ ୧୦୦ ଜଣ ଲୋକଙ୍କ ଜୀବନକାଳର ରୋଜଗାର ସହ ସମାନ ହୋଇପାରେ।

ଯେଉଁଠାରେ ବଲିଉଡ୍ ତାରକାଙ୍କ କଥା ଉଠେ ସେଠାରେ ସବୁକିଛି ମହଙ୍ଗା । ବାହାଘର ହେଉ କି ଜନ୍ମଦିନ ପାର୍ଟି ହେଉ କିମ୍ବା ଛାଡ଼ପତ୍ର ସବୁକିଛି ଚର୍ଚ୍ଚାରେ ରହିଥାଏ ।

ଆଜି ଆମେ କୌଣସି ମହଙ୍ଗା ଜନ୍ମଦିନ ପାର୍ଟି କିମ୍ବା ବାହାଘରର କଥା ନୁହେଁ ବରଂ ଏକ ସୁପର ମହଙ୍ଗା ଛାଡ଼ପତ୍ରର କଥା କହୁଛୁ । ଛାଡ଼ପତ୍ର ସହ ଯେଉଁ ସେଟଲମେଣ୍ଟ ହୋଇଥିଲା, ତାହା ପ୍ରାୟ ୧୦୦ ଜଣ ଲୋକଙ୍କ ଜୀବନକାଳର ରୋଜଗାର ସହ ସମାନ ହୋଇପାରେ। ଏପରି ଛାଡ଼ପତ୍ରର ମୂଲ୍ୟ ଯାହା ବିଷୟରେ ଆପଣ ଚିନ୍ତା ମଧ୍ୟ କରିପାରିବେ ନାହିଁ।

୩୮୦ କୋଟିରେ ହୋଇଥିଲା ବଲିଉଡ୍‌ର ସବୁଠାରୁ ମହଙ୍ଗା ଛାଡ଼ପତ୍ର । ହ୍ରିତିକ ରୋଶନ ଓ ସୁଜେନ ଖାନଙ୍କ ଛାଡ଼ପତ୍ର ବଲିଉଡ୍‌ର ସବୁଠାରୁ ମହଙ୍ଗା ଛାଡ଼ପତ୍ର ଥିଲା। ଅନେକ ରିପୋର୍ଟ ଅନୁଯାୟୀ, ହୃତିକ ରୋଶନଙ୍କଠାରୁ ଛାଡ଼ପତ୍ର ପରେ ସୁଜେନଙ୍କୁ ୩୮୦ କୋଟି ମିଳିଥିଲା, ଯାହା ବଲିଉଡ୍‌ର ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଛାଡ଼ପତ୍ର ।

Also Read

ହ୍ରିତିକ ରୋଶନ ଓ ସୁଜେନ ଖାନ ପିଲାଦିନର ବନ୍ଧୁ ଥିଲେ। ‘କହୋ ନା ପ୍ୟାର ହୈ’ ମାଧ୍ୟମରେ ହ୍ରିତିକଙ୍କ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ପ୍ରଥମ ଫିଲ୍ମରୁ ସୁପରଷ୍ଟାର ମାନ୍ୟତା ପାଇଥିଲେ ।ବଲିଉଡରେ ଏଣ୍ଟ୍ରି ପୂର୍ବରୁ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ ।

ରିପୋର୍ଟ ଅନୁଯାୟୀ ହ୍ରିତିକ ଓ ସୁଜେନ ଚାରି ବର୍ଷ ଧରି ଡେଟ୍‌ କରିଥିଲେ। ହ୍ରିତିକ ୨୦୦୦ ମସିହାରେ ଡେବ୍ୟୁ ପରେ ସୁଜେନଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କ ୨ଜଣ ସନ୍ତାନ ଅଛନ୍ତି ।ବିବାହର ୧୪ ବର୍ଷ ପରେ ଅର୍ଥାତ୍‌ ୨୦୧୪ ମସିହାରେ ହ୍ରିତିକ ଓ ସୁଜେନ ଅଲଗା ହୋଇଯାଇଥିଲେ।

ସୁଜେନଙ୍କ ସହ ସମ୍ପର୍କ ଶେଷ ହେବା ପରେ ହ୍ରିତିକ ସାବା ଆଜାଦଙ୍କୁ ଡେଟ୍ କରୁଛନ୍ତି । ସୁଜେନ ବର୍ତ୍ତମାନ ଅର୍ସଲାନ ଗୋନିଙ୍କୁ ଡେଟ୍‌ କରୁଛନ୍ତି । ହ୍ରିତିକ ଖୁବଶୀଘ୍ର ‘ଓ୍ଵାର ୨’ରେ ନଜର ଆସିବେ। ଏହି ଚଳଚ୍ଚିତ୍ର ଅଗଷ୍ଟ ୧୪ ତାରିଖରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ।

ଓଟିଭି ହ୍ଵାଟ୍ସଅପ

Scroll to Top