ଜଟଣୀ ଥାନା କୁସୁମାଟିର ସୋମନାଥ ବେହେରାଙ୍କ ଥାର୍ ଗାଡିରେ ଦୁର୍ଘଟଘର ସମ୍ମୁଖୀନ ହୋଇ ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଥିଲା।
Credit: OTV
ଥାର
କୁଆଡ଼େ ଗଲେ ରାଜଧାନୀରେ ଦୁର୍ଘଟଣା ଘଟାଇଥିବା କିଲ୍ଲର ‘ଥାର’ ଗାଡ଼ିର ମାଲିକ। ଶନିବାର ଦୁର୍ଘଟଣା ପରେ ପୋଲିସ ଏହି ଗାଡ଼ିକୁ ଜବତ କରିଛି। କିନ୍ତୁ ଏବେ ଯାଏଁ ମଧ୍ୟ ଏହାର ମାଲିକଙ୍କ ଗିରଫଦାରୀ ନେଇ କିଛି ବି ପଦକ୍ଷେପ ନିଆଯାଉନି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଯାହାକୁ ନେଇ ଗତକାଲି ଦେଖିବାକୁ ମିଳିଥିଲା ଲୋକଙ୍କ ଆକ୍ରୋଶ। ପାତ୍ରପଡ଼ାଠାରେ ରାସ୍ତା ରୋକ କରି, ଥାର ଗାଡ଼ି ମାଲିକଙ୍କ ତୁରନ୍ତ ଗିରଫ ଦାବି କରାଯାଇଥିଲା। ଏପଟେ ଏହି ଥାର ଗାଡ଼ିର ମାଲିକ ଜଟଣୀ ଥାନା କୁସୁମାଟିର ସୋମନାଥ ବେହେରା ବୋଲି ଜଣାପଡ଼ିଛି।
କିନ୍ତୁ ସେ ଏବେ କେଉଁଠି, ଗାଡ଼ି ସେ ଚଳାଉଥିଲେ କି ନାହିଁ, ସେ ସମ୍ପର୍କରେ କିଛି ବି ଜଣାପଡ଼ିନି। ଏପଟେ ସୋମନାଥ ବେପରୁଆ ଡ୍ରାଇଭିଂ କରୁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରୁ ମିଳିଛି। ଯେଉଁଥିରେ ସେ, ଗାଡ଼ିରେ ମଦ ବୋତଲ ଓ ମଦ ପିଇବା ପୂର୍ବର ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳୁଛି। ତେବେ ଭିଜୁଆଲଟି କେଉଁ ଗାଡ଼ି ଏବଂ କେଉଁ ସମୟର ତାହା ସ୍ପଷ୍ଟ ହୋଇ ପାରିନି। କିନ୍ତୁ ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲରେ ସେ ଏହି ପୋଷ୍ଟ କରିଥିବା ଜଣାପଡ଼ିଛି। ଏଥିରୁ ହିଁ ସୋମନାଥ ରାସ୍ ଡ୍ରାଇଭିଂ କରୁଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।





