Police Torture: ପୋଲିସ ନିର୍ଯାତନା ସହିନପାରି ଆତ୍ମହତ୍ୟା ! ପୋଲିସ ଏକତରଫା କରିଥିଲା ନ୍ୟାୟ

police-torture:-ପୋଲିସ-ନିର୍ଯାତନା-ସହିନପାରି-ଆତ୍ମହତ୍ୟା-!-ପୋଲିସ-ଏକତରଫା-କରିଥିଲା-ନ୍ୟାୟ

ପୋଲିସ ଏକତରଫା ନ୍ୟାୟ କରି ସୁରେନ୍ଦ୍ରଙ୍କଠାରୁ ଜୋର ଜବରଦସ୍ତ ଦସ୍ତଖତ ନେବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି I ଫଳରେ ଚାଷୀ ସୁରେନ୍ଦ୍ର ପୋଲିସର ନିର୍ଯାତନା ସହିନପାରି କୀଟନାଶକ ପିଇ ଦେଇଥିଲେ ।

Tapan Kumar Swain

  • Published: Tuesday, 12 August 2025
  • Last updated: 12 August 2025, 01:29 PM IST

suicideCredit: OTV

suicide

ପୋଲିସର ନିର୍ଯାତନା ସହିନପାରି କୀଟନାଶକ ପିଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ I ଏମିତି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଲଛିପୁର ଥାନା ଚୌକାମାଲ ଗାଁରୁ I ମୃତ ଚାଷୀ ହେଲେ ଚୌକାମାଲ ଗାଁର ସୁରେନ୍ଦ୍ର ବିଶ୍ୱାଳ I କିଛିଦିନ ହେଲା ସୁରେନ୍ଦ୍ରଙ୍କ ପରିବାରରେ ଜମିବାଡ଼ି ବିବାଦ ଲାଗି ରହିଥିଲା I ଏନେଇ ସୁରେନ୍ଦ୍ରଙ୍କ ପରିବାର ଲୋକେ ଗତ ରବିବାର ଦିନ ଲଛିପୁର ଥାନାର ଦ୍ୱାରସ୍ତ ହୋଇଥିଲେ। ପୋଲିସ ପରିବାରର ସଦସ୍ୟଙ୍କୁ ବୁଝାସୁଝା କରି ସମାଧାନ କରିଥିଲା I ହେଲେ ପୋଲିସ ଏକତରଫା ନ୍ୟାୟ କରି ସୁରେନ୍ଦ୍ରଙ୍କଠାରୁ ଜୋର ଜବରଦସ୍ତ ଦସ୍ତଖତ ନେବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି I ଫଳରେ ଚାଷୀ ସୁରେନ୍ଦ୍ର ପୋଲିସର ନିର୍ଯାତନା ସହିନପାରି କୀଟନାଶକ ପିଇ ଦେଇଥିଲେ ।

Also Read

ପରିବାର ଲୋକେ ତାଙ୍କୁ ପ୍ରଥମେ ବିନିକା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଲଛିପୁର ଥାନା ଅଧିକାରୀଙ୍କୁ ଫୋନଯୋଗେ ପଚାରିବାରୁ ସେ କହିଛନ୍ତି, ପାରିବାରିକ କଳହ ତଥା ଜମିବାଡ଼ି ବିବାଦ ପାଇଁ ଥାନାରେ କମ୍ପରମାଇଜ ହୋଇଥିଲା।

ଅଧିକ ପଢ଼ନ୍ତୁ: ଭୁବନରେ ବଡ଼ ଅଘଟଣ; ପାରିବାରିକ କଳହରୁ ନିଜକୁ ଜାଳିଦେଲେ ମହିଳା

ଓଟିଭି ହ୍ଵାଟ୍ସଅପ

Scroll to Top