ସୁଝି ପାରିଲେନି କିସ୍ତି ଟଙ୍କା, ଶାଢ଼ିରେ ନିଆଁ ଲଗାଇ ଜଳିଗଲେ ମହିଳା

ସୁଝି-ପାରିଲେନି-କିସ୍ତି-ଟଙ୍କା,-ଶାଢ଼ିରେ-ନିଆଁ-ଲଗାଇ-ଜଳିଗଲେ-ମହିଳା

ସୁଝି ପାରିଲେନି କିସ୍ତି ଟଙ୍କା, ଶାଢ଼ିରେ ନିଆଁ ଲଗାଇ ଜଳିଗଲେ ମହିଳା

Published By : Prameya-News7 Bureau | August 12, 2025 IST

ଭୁବନ ୧୨।୮: ସୁଝି ପାରିଲେନି କିସ୍ତି ଟଙ୍କା । ଦେହରେ ନିଆଁ ଲଗାଇ ଜଳିଗଲେ ମହିଳା । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁରୁଣା ଥାନା ସମ୍ମୁଖ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁରୁଣା ଥାନା ସମ୍ମୁଖରେ ପାରିବାରିକ କଳହରୁ ନିଆଁ ଲଗାଇ ପୋଡି ହୋଇଯାଇଛନ୍ତି ମହିଳା । ସଂପୃକ୍ତ ମହିଳାଙ୍କ ସ୍ବାମୀ ଜଣେ  ଗାଡି ଚାଳକ ।  ତାଙ୍କର ଗୋଟିଏ ଅଟୋ ଥିଲା । ଆର୍ଥିକ ଅନଟନ ଯୋଗୁ ଏବେ ଅଟୋ ବି ନାହିଁ । ଫଳରେ ଅନ୍ୟ ମାଲିକଙ୍କ ନିକଟରେ  ଟ୍ରକ୍  ଚଲାନ୍ତି । କିଛି ମାସ ହେଲା   ଟ୍ରକ୍‌ରୁ  ମଧ୍ୟ ରୋଜଗାର ନାହିଁ । ରୋଜଗାର ନଥିବାରୁ ସ୍ବାମୀ ଟଙ୍କା ଦେବାକୁ ଅକ୍ଷମ । ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ଋଣ ଆଣି ସୁଝି ପାରିନଥିଲେ  ସଂପୃକ୍ତ ମହିଳା । କିସ୍ତି ଟଙ୍କା ସୁଝି ନପାରିବାରୁ ଲୋକଲଜ୍ଜା ଭୟରେ ଶାଢ଼ିରେ ନିଆଁ ଲଗାଇ ଜଳି  ଯାଇଥିଲେ । ତାଙ୍କର ୭ ବର୍ଷର ପୁଅ ଚିତ୍କାର କରି ଡାକିବାରୁ  ପଡ଼ୋଶୀ  ଆସି  ନିଆଁ ଲିଭାଇଥିଲେ ।  ମହିଳାଙ୍କୁ ଚିକିତ୍ସା ପାଇଁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ  କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡିଛି । ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

You Can Read:

ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ, ରାତିସାରା ମୃତଦେହ ନିକଟରେ ଶୋଇଲା ରହିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top