ପୂର୍ବତନ ମେୟରଙ୍କୁ ହତ୍ୟା ଧମକ, ଥାନାରେ ମାମଲା ପରେ ପୋଲିସର ଛାନ୍ଭିନ୍
Published By : Prameya-News7 Bureau | August 12, 2025 IST

ବ୍ରହ୍ମପୁର ୧୨।୦୮ : ପୂର୍ବତନ ମେୟରଙ୍କୁ ହତ୍ୟା ଧମକ । ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଟୁଙ୍କୁ ହତ୍ୟା ଧମକ ଦେଲେ ସୁପାରୀ କିଲର । ଗୋଷାଣୀ ନୂଆଗାଁ ଥାନାରେ ଏନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ହତ୍ୟା ଧମକ ମିଳିଛି । ପୂର୍ବତନ ମେୟର ପିଣ୍ଟଙ୍କୁ ସୁପାରୀ କିଲର ଶିବରାମ ପାଳ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ହ୍ବାଟସ୍ ଆପରେ କଲ୍ କରି ଧମକ ଦେଇଥିବା ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସମ୍ବନ୍ଧିତ ଖବର







