ପୁଣିଥରେ କର୍ଣ୍ଣାଟକ ଡିଜିପି ପଦ ଫେରି ପାଇଲେ ରାନ୍ୟା ରାଓଙ୍କ ବାପା ରାମଚନ୍ଦ୍ର

ପୁଣିଥରେ-କର୍ଣ୍ଣାଟକ-ଡିଜିପି-ପଦ-ଫେରି-ପାଇଲେ-ରାନ୍ୟା-ରାଓଙ୍କ-ବାପା-ରାମଚନ୍ଦ୍ର

ନୂଆଦିଲ୍ଲୀ: ପୁଣିଥରେ କର୍ଣ୍ଣାଟକ ଡିଜିପି ପଦ ଫେରି ପାଇଲେ ରାନ୍ୟା ରାଓର ବାପା ରାମଚନ୍ଦ୍ର ରାଓ। ଝିଅ ସୁନା ତସ୍କରି ମାମଲାରେ ଫସିବା ପରେ ବାପା ରାମଚନ୍ଦ୍ର ରାଓଙ୍କୁ କର୍ଣ୍ଣାଟକ ସରକାର ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲେ। ହେଲେ ତାଙ୍କୁ ପୁଣିଥରେ ତାଙ୍କ ପଦରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।  

ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ଡକ୍ଟର କେ ରାମଚନ୍ଦ୍ର ରାଓଙ୍କୁ ନାଗରିକ ଅଧିକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ପୁନଃସ୍ଥାପିତ କରାଯାଇଛି। ଏନେଇ ସୋମବାର ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ୧୯୯୩ ବ୍ୟାଚର ଆଇପିଏସ ଅଧିକାରୀ ରାଓଙ୍କ ବାଧ୍ୟତାମୂଳକ ଛୁଟି ଆଦେଶ ତୁରନ୍ତ ପ୍ରତ୍ୟାହାର କରାଯାଇଛି।

ଅଭିନେତ୍ରୀ ଝିଅ ରାନ୍ୟା ସୁନା ଚୋରା ଚାଲାଣ ବେଳେ ବେଙ୍ଗାଲୁରୁ ବିମାନବନ୍ଦରରୁ ଧରାପଡ଼ିଥିଲେ। ଏହାପରେ ବାପା ରାମଚନ୍ଦ୍ର ରାଓଙ୍କୁ କର୍ଣ୍ଣାଟକ ସରକାର ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲେ। ସେତେବେଳେ ରାମଚନ୍ଦ୍ର ରାଓ କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ। 

ବର୍ତ୍ତମାନ ଜେଲରେ ଥିବା ରାନ୍ୟା ସୁନା ଚୋରା ଚାଲାଣ ମାମଲାରେ ତାଙ୍କ ବାପାଙ୍କ କୌଣସି ଭୂମିକାକୁ ସେ ଅସ୍ୱୀକାର କରିଥିଲେ। ଏନେଇ ବେଙ୍ଗାଲୁରୁ କେନ୍ଦ୍ରୀୟ କାରାଗାରର ମୁଖ୍ୟ ସୁପରିଣ୍ଟେଣ୍ଡେଣ୍ଟଙ୍କ ମାଧ୍ୟମରେ ସେ ଡିଆରଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ମାର୍ଚ୍ଚ ୬ ତାରିଖରେ ଏକ ଚିଠି ଲେଖିଥିଲେ। ଏଥିରେ ସେ ତାଙ୍କ ବାପାଙ୍କ କଥା ସ୍ପଷ୍ଟ କରିଥିଲେ। ଏବଂ ତାଙ୍କୁ ମଧ୍ୟ ମିଛଟାରେ ଫସାଇ ଦିଆଯାଇଛି ବୋଲି ସେ ଅଭିଯୋଗ କରିଥିଲେ। 

Scroll to Top